୩୯ ବର୍ଷୀୟ ଧୋନି ପବନରେ ଡେଇଁ ଧରିଲେ ଅଦ୍ଭୁତ କ୍ୟାଚ, ଯିଏ ଦେଖୁଛି ସିଏ ହେଉଛି ଆଶ୍ଚର୍ଯ୍ୟ

ମହେନ୍ଦ୍ର ସିଂହ ଧୋନିଙ୍କୁ ୩୯ ବର୍ଷ ହୋଇଥିଲେ ସୁଦ୍ଧା କିମ୍ବା ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନିଅନ୍ତୁ କିନ୍ତୁ ଫିଟନେସ୍‌ ମାମଲାରେ ଏବେ ବି ଯୁବାଙ୍କୁ କଡା ଟକ୍କର ଦେବାରେ ସେ ମାହିର। ଏହାର ସବୁଠାରୁ ବଡ ଉଦାହରଣ ଶୁକ୍ରବାର ହୋଇଥିବା ଆଇପିଏଲର ସପ୍ତମ ମ୍ୟାଚରେ ଦେଖିବାକୁ ମିଳିଲା। ଦୁବାଇରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚରେ ସିଏସକେ କ୍ୟାପଟେନ ଓ୍ଵିକେଟ ପଛରେ ଜବରଦସ୍ତ କ୍ୟାଚ୍‌ ଧରିଛନ୍ତି। ଧୋନୀଙ୍କର ଏହି ଆକର୍ଷଣୀୟ କ୍ୟାଚ ଦେଖି ଯିଏ କିହେ ବି ଏକଦମ୍‌ ଆଶ୍ଚର୍ଯ୍ୟ ହୋଉଛନ୍ତି।

ମ୍ୟାଚର ୧୯ ଓଭରର ଷଷ୍ଠ ବଲରେ ସ୍ୟାମ କରନ ଶ୍ରେୟସ୍‌ ଅଭ୍ୟରଙ୍କୁ ଅଫ୍‌ କଟର ଫୋପାଡିଲେ। ଏଥିରେ ୨୬ ରନ୍‌ କରିଥିବା ଦିଲ୍ଲୀ କ୍ୟାପଟେନ ଉଠାଇ ଶଟ୍‌ ଖେଳିବା ପାଇଁ ଚେଷ୍ଟା କଲେ। ଆଉ ବଲର ବଲକୁ ବାହାର ଆଡକୁ ଫୋପାଡିଲେ ଏବଂ ଓ୍ଵିକେଟ ପଛରେ ବାହାରିଗଲା। କିନ୍ତୁ ଏହି ସୁଯୋଗକୁ ଯମା ବି ହାତ ଛଡା କଲେନି ଧୋନି ଆଉ ଡାହାଣ ଆଡକୁ ଡେଇଁ ମୁସକିଲ ଲାଗୁଥିବା କ୍ୟାଚକୁ ଧରିନେଲେ।

ଧୋନିଙ୍କ ଦ୍ୱାରା କ୍ୟାଚ୍‌ ଧରାଯାଇଥିବା ଏହି ଦୃଶ୍ୟକୁ ଦେଖି କେହି ତାଙ୍କୁ ଚିଡିଆ କହୁଛନ୍ତି ତ ଆଉ କେହି କହୁଛନ୍ତି ଉଡା ଜାହାଜ। ଧୋନିଙ୍କ ଫିଟନେସ୍‌ ଏବଂ ଫୂର୍ତ୍ତିକୁ ଦେଖି ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ଖୁବ୍‌ ତାରିଫ୍‌ କରୁଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମ୍ୟାଚରେ ଚେନ୍ନାଇକୁ ପରାଜୟର ସାମ୍ନା କରିବାକୁ ପଡିଲା। ତେବେ ଧୋନି ନିଜ କ୍ରିକେଟ୍‌ ଷ୍ଟାଇଲ ପାଇଁ ଲଗାତର ଆଲୋଚନାର ସାମ୍ନା କରୁଛନ୍ତି। ଧୋନି ଏହି ମ୍ୟାଚରେ ମଧ୍ୟ ୧୨ ବଲରେ ୧୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ।