Below header

କେବେ ଆରମ୍ଭ ହେବ ଆଇପିଏଲ ୨୦୨୧ ର ଦ୍ଵିତୀୟ ଫେଜ୍, ସୂଚନା ଦେଲେ BCCI ମହାସଚିବ ରାଜୀବ ଶୁକ୍ଳା

ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୧ର ଦ୍ଵିତୀୟ ଫେଜ ମୁକାବିଲା ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୧୫ ମଧ୍ୟରେ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ମହାସଚିବ ରାଜୀବ ଶୁକ୍ଳା ଏ ନେଇ ସୂଚନା ଦେଇଛନ୍ତି। ଏହି ମ୍ୟାଚ୍ ୟୁଏଇରେ ହିଁ ଖେଳାଯିବ।

ସୂଚନାଯୋଗ୍ୟ ଯେ ମେ ୪ରେ ଆଇପିଏଲ ବାୟୋବବଲରେ କରୋନା କେସ୍ ସାମ୍ନାକୁ ଆସିବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଥିଲା। ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ୁଥିବାରୁ ଏବେ ୟୁଏଇରେ ମ୍ୟାଚ୍ ଖେଳିବାକୁ ଯୋଜନା କରାଯାଇଛି।

୨୦୨୦ରେ ମଧ୍ୟ ଆଇପିଏଲ ୟୁଏଇରେ ହିଁ ଖେଳାଯାଇଥିଲା। ଆଇପିଏଲ ୨୦୨୧ ସ୍ଥଗିତ ହେବା ପୂର୍ବରୁ ଭାରତରେ ୨୯ଟି ମ୍ୟାଚ୍ ଖେଳାଯାଇଥିଲା। ବାକି ୩୧ ଟି ମ୍ୟାଚ୍ ୟୁଏଇରେ ସେପ୍ଟେମ୍ବର ୧୫ ରୁ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.