ବାସନରୁ ଯାଉନି କି ମାଛ ଗନ୍ଧ? ଆପଣାନ୍ତୁ ଏହି ଘରୋଇ ଉପାୟ

ସି-ଫୁଡ୍ ଖାଇବାକୁ ପସନ୍ଦ କରୁଥିବା ଲୋକ ପ୍ରାୟତଃ ଘରେ ମାଛ ରାନ୍ଧି ଖାଇଥାନ୍ତି। ମାଛ ଖାଇବାକୁ ତ ବହୁତ ସ୍ଵାଦିଷ୍ଟ ହୋଇଥାଏ କିନ୍ତୁ ଏହାର ଗନ୍ଧ ସହଜରେ ଯାଇନଥାଏ। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି ତେବେ କେତେକ ଘରୋଇ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ।

ମାଛ ଦୁର୍ଗନ୍ଧ ଦୂର କରିବା ଟିପ୍ସ:

  • ମାଛର ଗନ୍ଧ ଦୂର କରିବା ପାଇଁ ବାସନରେ ଲେମ୍ବୁ ଘଷନ୍ତୁ। କିଛି ସମୟ ପରେ ଗରମ ପାଣିରେ ଧୋଇଦିଅନ୍ତୁ।
  • ଭିନେଗାର ବ୍ୟବହାର କରି ମଧ୍ୟ ବାସନରୁ ମାଛ ଗନ୍ଧ ଦୂର କରିପାରିବେ।
  • ମାଛ ଗନ୍ଧ ଦୂର କରିବାର ଆଉ ଏକ ଉପାୟ ହେଉଛି ଲୁଣ। ଗରମ ପାଣିରେ ଲୁଣ ପକାଇ ସେଥିରେ ମାଛ ଗନ୍ଧ ହେଉଥିବା ବାସନ ଭିଜେଇ ଦିଅନ୍ତୁ। କିଛି ସମୟ ପରେ ସାବୁନ କିମ୍ବା ଲିକୁଇଡ଼ରେ ମାଜି ଦିଅନ୍ତୁ।
  • ଆପଣ ଚାହିଁଲେ ବେକିଂ ସୋଡ଼ା ସାହାଯ୍ୟରେ ମଧ୍ୟ ବାସନରୁ ମାଛ ଗନ୍ଧ ଦୂର କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.