ନିଖିଲଙ୍କ ସହ ସବୁ ସମ୍ପର୍କ କାଟିଲେ ନୁସରତ ଜହାଁ, କହିଲେ- ବିଦେଶୀ ମାଟିରେ ହୋଇଥିବା ବିବାହ ଭାରତରେ ବୈଧ ନୁହେଁ, ତେଣୁ ଛାଡ଼ପତ୍ର କାହିଁକି?

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ତୃଣମୂଳ କଂଗ୍ରେସର ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ଏବେ ପୁଣି ଖବରର ଶିରୋନାମାକୁ ଆସିଛନ୍ତି। ଏଥରକ ନିଜ ବ୍ୟକ୍ତିଗତ ଜୀବନ ଓ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସରତ। କୁହାଯାଉଛି ଯେ ନୁସରତ ସ୍ୱାମୀ ନିଖିଲଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଏବେ ଏହି ମାମଲାରେ ନିଜେ ଅଭିନେତ୍ରୀ ହିଁ ଖୁଲାସା କରିଛନ୍ତି।

ନିକଟରେ ନୁସରତ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା। ଏହି ମାମଲାରେ ନିଖିଲ କହିଥିଲେ ଏନେଇ ସେ ଜାଣିନାହାନ୍ତି। ଯଦି ଏଭଳି କିଛି ହୋଇଛି ତେବେ ସେ ପିଲା ତାଙ୍କର ନୁହେଁ। କାରଣ ଗତ ୬ ମାସ ହେଲା ସେମାନେ ଏକାଠି ନାହାନ୍ତି।

ଏବେ ନୁସରତ କହିଛନ୍ତି ନିଖିଲ ଜୈନଙ୍କ ସହ ତାଙ୍କ ବିବାହ ବୈଧ ନୁହେଁ। ଏଣୁ ଛାଡ଼ପତ୍ର ନେବା ପ୍ରଶ୍ନ ହିଁ ଉଠୁନି। କେବଳ ଏତିକି ନୁହେଁ। ନୁସରତ ଆହୁରି ଅନେକ କଥା ଉପରୁ ମଧ୍ୟ ପରଦା ଉଠାଇଛନ୍ତି। ପ୍ରକାଶ ଯେ ନୁସରତ ୨୦୧୯ ରେ ବିଜନେସମ୍ୟାନ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ଫଟୋ ସେତେବେଳେ ଖୁବ ଭାଇରାଲ ମଧ୍ୟ ହୋଇଥିଲା।

ତେବେ ନିଖିଲଙ୍କ ସହ ବିବାହକୁ ନେଇ ନୁସରତ କହିଛନ୍ତି, ତାଙ୍କ ବିବାହ ବିଦେଶରେ ହୋଇଥିଲା। ତୁର୍କୀ ମ୍ୟାରେଜ ରେଗୁଲେସନ ଅନୁସାରେ ଆମ ବିବାହ ଅବୈଧ ଓ ଅମାନ୍ୟ। ଏଥିସହ ଯେହେତୁ ଏହି ବିବାହ ଦୁଇ ଧର୍ମର ଲୋକଙ୍କ ମଧ୍ୟରେ ହୋଇଥିଲା ତେଣୁ ଭାରତରେ ଏହାକୁ ବୈଧାନିକ ମାନ୍ୟତା ଦେବା ଆବଶ୍ୟକତା ଥିଲା। କିନ୍ତୁ ସେଭଳି କିଛି ହୋଇନାହିଁ। ଏଣୁ ଏହା ଏକ ବୈଧ ବିବାହ ନୁହେଁ। ଯେହେତୁ ବାହାଘର ହିଁ ବୈଧ ନୁହେଁ ତେଣୁ ଛାଡ଼ପତ୍ରର ପ୍ରଶ୍ନ ହିଁ ଉଠୁନି। ଆଇନତଃ ଏହା ବିବାହ ନୁହେଁ ବରଂ ଲିଭ-ଇନ ରିଲେସନସିପ୍।

କେବଳ ଏତିକି ନୁହେଁ, ନୁସରତ ନିଖିଲଙ୍କ ଉପରେ ଟଙ୍କା ହେରଫେର କରିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ନୁସରତ କହିଛନ୍ତି, ନିଖିଲ ତାଙ୍କ ଅଜ୍ଞାତରେ ତାଙ୍କ ଆକାଉଣ୍ଟରୁ ଟଙ୍କା ନିଅନ୍ତି। ନିଜକୁ ଧନୀ କହୁଥିଲେ ମଧ୍ୟ ସେ ମୋ ଅଜାଣତରେ ମୋ ଟଙ୍କା ନିଅନ୍ତି। ଅଲଗା ହେବା ପରେ ବି ସେ ଟଙ୍କା ନେଉଛନ୍ତି। ତେବେ ଆମେ ବହୁ ପୂର୍ବରୁ ହିଁ ଅଲଗା ହୋଇସାରିଛୁ। କିନ୍ତୁ ଆମ ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ ରଖିବାକୁ ଚାହୁଁଥିବାରୁ ଏନେଇ କାହାରିକୁ କହିନଥିଲୁ। କିନ୍ତୁ ଏବେ କଥା ବାହାରକୁ ଆସିବାରୁ ମୁଁ ମୁହଁ ଖୋଲୁଛି ବୋଲି କହିଛନ୍ତି ନୁସରତ। ଅନ୍ୟପଟେ ଏହି ମାମଲା ନୁସରତଙ୍କ ଉଭୟ ଫିଲ୍ମ ଓ ରାଜନୈତିକ କ୍ୟାରିଅର ଉପରେ ନିଶ୍ଚୟ ପ୍ରଭାବ ପକାଇବ, ଏଥିରେ କୌଣସି ସନ୍ଦେହ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.