ଯୋଗଗୁରୁ ବାବା ରାମଦେବ ବି ନେବେ କରୋନା ଟିକା, କହିଲେ- ଡାକ୍ତରଙ୍କ ସହ ନୁହେଁ ଡ୍ରଗ୍ ମାଫିଆଙ୍କ ସହ ଲଢ଼େଇ

ଏଲୋପ୍ୟାଥିକ ଚିକିତ୍ସା ନେଇ ବିବାଦୀୟ ଟିପ୍ପଣୀ ଦେଇଥିବା ଯୋଗଗୁରୁ ବାବା ରାମଦେବ ମଧ୍ୟ ଏବେ ନେବେ କରୋନା ଟିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ରେ ଦେଶର ସମସ୍ତଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି। ଏହା ପରେ ରାମଦେବ ସମସ୍ତଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି ଓ କହିଛନ୍ତି ମୁଁ ବି ଖୁବଶୀଘ୍ର ଭ୍ୟାକ୍ସିନ ନେବି।

ଡ୍ରଗ୍ ମାଫିଆଙ୍କ ଉପରେ ଟିପ୍ପଣୀ କରି ରାମଦେବ କହିଛନ୍ତି, ଆମର କୌଣସି ସଂଗଠନ ସହ ଶତ୍ରୁତା ନାହିଁ। ସବୁ ଭଲ ଡାକ୍ତରଙ୍କୁ ଭଗବାନ ଏହି ପୃଥିବୀକୁ ପଠାଇଛନ୍ତି। ସେମାନେ ଏହି ଗ୍ରହ ପାଇଁ ଉପହାର ସ୍ୱରୂପ। ଆମ ଲଢ଼େଇ ଦେଶର ଡାକ୍ତରଙ୍କ ସହ ନୁହେଁ, ଯେଉଁମାନେ ଆମକୁ ବିରୋଧ କରୁଛନ୍ତି, ସେମାନେ କୌଣସି ସଂସ୍ଥା ମାଧ୍ୟମରେ କରୁନାହାନ୍ତି।

ସେ କହିଛନ୍ତି ଜରୁରୀକାଳୀନ ସ୍ଥିତି ଓ ଅପରେସନ ପାଇଁ ଏଲୋପ୍ୟାଥିକ ହେଉଛି ସବୁଠୁ ଭଲ ଚିକିତ୍ସା। ତେବେ କିଛି ଡ୍ରଗ ମାଫିଆଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଜନଔଷଧୀ ଖୋଲିବାକୁ ପଡ଼ିଲା। ଏଠାରୁ ଲୋକମାନେ ସୁଲଭ ମୂଲ୍ୟରେ ଔଷଧ ପାଇପାରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.