Below header

ପରଲୋକରେ ବୋମନ ଇରାନୀଙ୍କ ମା’, ଶୋଇଥିବା ଅବସ୍ଥାରେ ହିଁ ତ୍ୟାଗ କଲେ ଶେଷ ନିଃଶ୍ୱାସ

ଅଭିନେତା ବୋମନ ଇରାନୀଙ୍କ ମା’ ଜେରବାନୁ ଇରାନୀଙ୍କ ୯୪ ବର୍ଷ ବୟସରେ ପରଲୋକ ଘଟିଛି। ବୋମନ ଫେସବୁକରେ ପୋଷ୍ଟ ଲେଖି ଏନେଇ ସୂଚନା ଦେଇଛନ୍ତି। ମା’ଙ୍କ ନିଧନରେ ବୋମନ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ସେ ପୋଷ୍ଟରେ ଲେଖିଛନ୍ତି, ସକାଳେ ମୋ ମା’ ନିଦରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ୩୨ ବର୍ଷ ବୟସରୁ ହିଁ ତାଙ୍କ ମା’ ତାଙ୍କ ମା’ ଓ ବାପା ଉଭୟଙ୍କ ଭୂମିକା ଗ୍ରହଣ କରିଥିଲେ। ସେ ନିଆରା ଥିଲେ। ମଜାଦାର କାହାଣୀ କେବଳ ସେ ହିଁ ଶୁଣାଇପାରୁଥିଲେ। ସେ ନିଜ ଭଜନ ଓ ଗୀତକୁ ଖୁବ ଭଲ ପାଉଥିଲେ। ସେ ସବୁବେଳେ କହୁଥିଲେ ଅଭିନୟ ମାଧ୍ୟମରେ ଲୋକଙ୍କୁ ଖୁସି କର। କାଲି ରାତିରେ ସେ ମଲାଇ କୁଲଫି ଓ କିଛି ଆମ୍ବ ମାଗିଥିଲେ। ସେ ଚାହିଁଥିଲେ ଜହ୍ନ ତାରା ବି ମାଗିପାରିଥାନ୍ତେ। ସେ ଥିଲେ ଓ ସବୁବେଳେ ରହିବେ… ଏକ ଷ୍ଟାର।

ସୂଚନାଯୋଗ୍ୟ ଯେ ଡିସେମ୍ବର ୧୯୫୯ ରେ ବୋମନଙ୍କ ଜନ୍ମର ୬ ମାସ ପୂର୍ବରୁ ଜେରବାନୁଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା। ତା ପରଠୁ ସେ ଘରୁ ଆରମ୍ଭ କରି ଦୋକାନ ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନିଜେ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.