Below header

ବିଦେଶୀ ଖେଳାଳୀଙ୍କ ଓଡ଼ିଆ ପ୍ରୀତି, ଏସଓଏସ ଚିଲଡ୍ରେନ୍ ଭିଲେଜରେ ଆୟରଲାଣ୍ଡ ଖେଳାଳି

ଭୁବନେଶ୍ବର : ବିଦେଶୀ ଖେଳାଳୀଙ୍କ ଓଡ଼ିଆ ପ୍ରୀତି । ଭୁବନେଶ୍ୱର ଏସଓଏସ ଚିଲଡ୍ରେନ୍ ଭିଲେଜରେ କିଛି ସମୟ କାଟିଛନ୍ତି ଆୟରଲାଣ୍ଡ ଖେଳାଳି । ଖେଳାଳିମାନେ ଯେତେବେଳେ ପ୍ରବେଶ କଲେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଏସଓଏସ ଭିଲେଜର କର୍ମଚାରୀ ଓ ଅନ୍ତେବାସୀ । ବାହାର ଦେଶର ଖେଳାଳିଙ୍କୁ ନିକଟରୁ ଦେଖି ଖୁସି ଥିଲେ। କିଏ ସେଲଫି ନେଉଥିଲା ତ କିଏ ସେମାନଙ୍କ ଅଟୋଗ୍ରାଫ ନେଉଥିଲା ।

କେବଳ ପିଲାଏ ଖୁସି ନଥିଲେ ଖେଳାଳିମାନେ ମଧ୍ୟ ଖୁବ ଖୁସିଥିଲେ ପିଲାଙ୍କ ସହ ମିଶି । କିଏ ପିଲାଙ୍କୁ କାନ୍ଧରେ ବସେଇ ବୁଲିଲେ, ଆଉ କିଏ ସେମନେ ରହୁଥିବା ଘର ବୁଲି ଦେଖିଥିଲେ । ପିଲାଙ୍କ ସହ କ୍ରିକେଟ ମଧ୍ୟ ଖେଳିଥିଲେ ।

ବିଶ୍ୱକପ୍‌ ହକିରେ ଆୟରଲାଣ୍ଡର ଅଭିଯାନ ସରିଛି। ଘରବାହୁଡା ପୂର୍ବରୁ ଏଭଳି ସ୍ଥାନକୁ ବୁଲି ଆସି ବେଶ ଖୁସି ଥିଲେ ଖେଳାଳି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.