ନିଜ ବାପାଙ୍କୁ ସାଇକେଲରେ ବସାଇ ୧୨୦୦ କିଲୋମିଟର ଯାତ୍ରା କରିଥିଲେ ଜ୍ୟୋତି, ବର୍ତ୍ତମାନ ମିଳିଲା ଜୀବନ ବଦଳାଇ ଦେଲା ଭଳି ଅଫର

ବୟସ ମାତ୍ର ୧୫ ବର୍ଷ। କିନ୍ତୁ ମନରେ ସାହାସ ଅଦ୍ୟମ। ନିଜ ବାପାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ୧୨୦୦ କିଲୋମିଟର ସାଇକେଲ ଚଲାଇଲା ଝିଅ। ତାହା ପୁଣି ଗୁରୁଗ୍ରାମରୁ ଦରଭଙ୍ଗା ପର୍ଯ୍ୟନ୍ତ। ହରିୟାଣାରୁ ବିହାର ପର୍ଯ୍ୟନ୍ତ ସାଇକେଲ୍ ଚଲାଇ ନିଜ ବାପାଙ୍କୁ ଘରକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି।

jyoti 1

 

ବିହାର ଦରଭଙ୍ଗାର ଜ୍ୟୋତି । ସାଇକେଲ୍ ଧରି ହରିୟାଣାର ଗୁରୁଗାଁରୁ ବାହାରିଥିଲା । ବାପାଙ୍କ ଦେହ ଭଲ ନଥିଲା । ସେ ସାଇକେଲ୍ ଚଳାଇବା ଅବସ୍ଥାରେ ନଥିଲେ । ଏହାପରେ ଝିଅ କାହାକୁ ଖାତିର ନ କରି ନିଜର ସାହାସ ଯୋଗୁଁ ବାପାଙ୍କୁ ସାଇକେଲରେ ଧରି ବାହାରିଥିଲା । ସାଇକେଲରେ ପଛରେ ତାର ବାପା ବସିଥିଲେ । ପ୍ରତିଦିନ ୧୦୦ରୁ ୧୫୦ କିଲୋମିଟର ସାଇକେଲ ଚଲାଉଥିଲା ଜ୍ୟୋତି। ବାଟରେ ହାଲିଆ ହୋଇପଡିଲେ ରାସ୍ତାକଡରେ ସାଇକେଲ ରଖି ବିଶ୍ରାମ ନେଇଯାଉଥିଲା। ୭ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସେ ଆସି ଦରଭଙ୍ଗାରେ ନିଜ ଗାଁ ପାଖରେ ପହଞ୍ଚିଥିଲା।

jyoti

ଏବେ ଜ୍ୟୋତିଙ୍କ ଏପରି କାମରେ ଭାରତୀୟ ସାଇକେଲିଂ ମହାସଂଘ ତାଙ୍କୁ ବଡ ଅଫର ଦେଇଛି। ଆସୋସିଏସନ କହିଛି କି, ଏବେ ଜ୍ୟୋତିଙ୍କୁ ଟ୍ରାଏଲ ପାଇଁ ସୁଯୋଗ ଦିଆଯିବ। ତା’ପରେ ବିଶେଷ ଟ୍ରେନିଂ ଏବଂ କୋଚିଂ ଦିଆଯାଇଛି ତାଙ୍କୁ ସାଇକେଲିଂରୁ ଭାରତରୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ମିଳିବ। ଆର୍ଥିକ ଅଭାବ ଯୋଗୁଁ ପାଠପଢା ଛାଡିସାରିଥିବା ଜ୍ୟୋତିଙ୍କୁ ସୁଯୋଗ ମିଳେ ତେବେ ପାଠ ପଢିବେ ବୋଲି କହିଛନ୍ତି। ଭାରତୀୟ ସାଇକେଲିଂ ମହାସଂଘ ଏଭଳି ପ୍ରତିଭାବାନ ପିଲାଙ୍କୁ ସନ୍ଧାନ କରି ସୁଯୋଗ ଦେଇଥାଏ ବୋଲି ମହାସଂଘର ନିର୍ଦ୍ଦେଶକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.