କୋରାପୁଟ: ସେମିଳିଗୁଡା ପୋଲିସ ଦ୍ୱାରା ଗଂଜେଇ ବୋଝେଇ ଟ୍ରକ ଜବତ

କୋରାପୁଟ: ଆଜି ସେମିଳିଗୁଡା ପୋଲିସଙ୍କ ଦ୍ବାରା ବିପୁଳ ପରିମାଣର ଗଂଜେଇ ଜବତ.ହୋଇଛି । ଏକ କଣ୍ଟେନର ଗାଡିରୁ ୧୬୨ ପ୍ୟାକେଟ ଗଂଜେଇ ଜବତ କରାଯାଇଛି । ଜବତ ହୋଇଥିବା ଗଂଜେଇର ମୁଲ୍ୟ ଆନୁମାନିକ ପ୍ରାୟ ଏକ କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ସେମିଳିଗୁଡା ଥାନା ଅଧିକାରୀ ଧିରେନ ବେହେରା ପ୍ରକାଶ କରିଛନ୍ତି । ୨୬ ନଂ ଜାତୀୟ ରାଜପଥ ନିକଟରେ ଥିବା ମାଳି ଡୋଲିଆମ୍ବ ଅଞ୍ଚଳର ଏକ କଣ୍ଟେନର ଗାଡିରୁ ହିଁ ଏହି ଗଂଜେଇ ଜବତ କରାଯାଇଛି । ଗାଡି ନମ୍ବରରୁ ଗାଡିଟି ଛତିଶଗଡ଼ ରାଜ୍ୟର ବୋଲି ଜଣାଯାଇଛି ।

CG 08W4466 ନମ୍ବର ବିଶିଷ୍ଟ କଣ୍ଟେନର ଗାଡିଟି କୌଣସି ଯାନ୍ତ୍ରିକ ତୃଟି କାରଣରୁ ଅଟକି ରହିଥିଲା । ପାଟ୍ରୋଲିଂ ସମୟରେ ପୋଲିସ ହାତରେ ଗାଡିଟି ଧରା ପଡିବା ସହ ଯାଂଚ କରିଥିଲେ । ଯାଂଚ ବେଳେ ଗାଡି ମଧ୍ୟରୁ ଵିପୁଳ ପରିମାଣର ଗଂଜେଇ ପ୍ୟାକେଟ ମିଳିଥିଲା । ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।.ଗାଡିର କାଗଜ ପତ୍ର ଅଧିକ ଯାଂଚ କରିବାପରେ ଗାଡି ସମ୍ବନ୍ଧରେ ଅଧିକ ତଥ୍ୟ ମିଳିବ ବୋଲି ପୋଲିସ କହିଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.