Below header

ଆଇପିଏଲ 2020 : ୬୯ ବଲରେ ୧୩୨ ରନ କରି ସଚିନଙ୍କ ରେକର୍ଡ ଭାଙ୍ଗିଲେ ରାହୁଲ

ଗୁରୁବାର ଆରସିବି ବିପକ୍ଷ ମ୍ୟାଚରେ ଶତକ ମାରିଛନ୍ତି କିଙ୍ଗସ ଇଲେଭେନ ପଞ୍ଜାବ କ୍ୟାପଟେନ କେ.ଏଲ. ରାହୁଲ । ଗୁରୁବାର ଆୟୋଜିତ ଏହି ମ୍ୟାଚରେ ଆରସିବି ବିପକ୍ଷରେ ୬୯ ବଲରେ ଅପରାଜିତ ୧୩୨  ରନ କରି କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ରାହୁଲ । ରାହୁଲଙ୍କ ଏହି ଧମାକାଦାର ଶତକ କରି ବିପକ୍ଷ ଦଳକୁ ୯୭ ରନରେ ପରାସ୍ତ କରିଛି ରାହୁଲଙ୍କ ଟିମ । ଏହି ରେକର୍ଡ ସହ ଇଣ୍ଡିୟାନ ପ୍ରିମିୟର ଲିଗରେ ଦ୍ରୁତ ଗତିରେ ୨୦୦୦ ରନ ପୁରା କରିଥିବା ଖେଳାଳି ତାଲିକାରେ ସାମିଲ ହୋଇଛନ୍ତି ରାହୁଲ । ରାହୁଲ ମାତ୍ର ୬୦ ଟି ମ୍ୟାଚରେ ୨୦୦୦ ସ୍କୋର ପାର କରିଥିବା ବେଳେ ସଚିନ ତେନ୍ଦୁଲକର ୬୩ ବଲରେ ୨୦୦୦ ଆଇପିଏଲ ରନ ପୁରା କରିଥିଲେ ।

କିନ୍ତୁ କ୍ରିସ ଗେଲ ୪୮ ମ୍ୟାଚ ଖେଳି ୨୦୦୦ ରନ ପୁରା କରିଥିଲେ । ରାହୁଲ ଏହି ମ୍ୟାଚରେ ମୋଟ ରୂପରେ ୧୪ଟି ଚୌକା ଓ ୭ଟି ଛକା ମାରିଛନ୍ତି । ଏହି ମ୍ୟାଚରେ ପ୍ରଥମେ କିଙ୍ଗସ ଇଲେଭେନ ପଞ୍ଜାବକୁ ବ୍ୟାଟିଙ୍ଗ ପାଇଁ ଡକରା ହୋଇଥିଲା । ରାହୁଲଙ୍କ ଅଧୀନରେ ଦଳ ୨୦ ଓଭରରେ ୩ ଵିକେଟ ହରାଇ ୨୦୬ ରନ ସ୍କୋର କରିଥିଲା ଦଳ । ଜବାବରେ ଆରସିବି ଟିମ ମାତ୍ର ୧୦୯ ରନ କରି ଅଲଆଉଟ ହୋଇଯାଇଥିଲା । ଏହା ପୂର୍ବରୁ ଆଇପିଏଲରେ ୧୨୮ ରନ କରି ଋଷଭ ପନ୍ତ ନିଜ ନାଁରେ ଏହି ରେକର୍ଡ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.