ଆନନ୍ଦପୁର: ପୁତୁରାର ତୀରମାଡ଼ରେ ବଡବାପା ଗୁରୁତର

ଆନନ୍ଦପୁର(କେନ୍ୟୁଜ୍‌): ଆନନ୍ଦପୁର ଥାନା ତରତରା ପଞ୍ଚାୟତ ପଣସଡ଼ିହା ଗାଁ ରେ ପୁତୁରାର ତୀର ମାଡ଼ରେ ବଡବାପା ଗୁରୁତର ଆହତ ହୋଇଛନ୍ତି। ମୁରଲୀ ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପୁତୁରା ବୋଧିଆ ଅଚାନକ ତାଙ୍କୁ ତୀର ମାଡ଼ କରିଥିଲା। ତୀରଟି ମୁରଲୀଙ୍କ ପେଟରେ ସମ୍ପୂର୍ଣ୍ଣ ରୂପେ ଗଳି ଯାଇଥିବା ଦେଖିବାକୁ ମିଳିଛି। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଛି। ତୀରମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୁତୁରା ବୋଧିଆ ମାନସିକ ଭାରସାମ୍ୟ ହରାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।