ଓଡିଶାରେ ସରକାରୀ ଚାକିରି, ଆଜି ହିଁ କରନ୍ତୁ ଆବେଦନ

ଓଡିଶା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଚାକିରି କରିବାକୁ ଚାହୁଁଚନ୍ତି, ସେମାନଙ୍କ ପାଇଁ ଆଜି ଅନ୍ତିମ ସୁଯୋଗ। ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍‌ ୨୫ ସେପ୍ଟେମ୍ବର ରାତି ୧୨ଟାରେ ଶେଷ ହେବାକୁ ଯାଉଛି। ଆବେଦନକାରୀ ପଞ୍ଜୀକରଣ କରିବା ପୂର୍ବରୁ ଅଫିସିଆଲ େଓ୍ଵବସାଇଟରେ ଦିଆଯାଇଥିବା ନୋଟିଫିକେସନ ନିଶ୍ଚିତ ଭାବେ ପଢନ୍ତୁ।

ପଦବୀ ବିବରଣୀ :

ଜୁନିଅର ଷ୍ଟେନୋଗ୍ରାଫର : ୩

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୨ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଅଧିକ ବିବରଣୀ ପାଇଁ ନୋଟିଫିକେସନ ନିଶ୍ଚିତ ପଢନ୍ତୁ।

job

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ସିଏଚଏସଇ ଓଡିଶା କିମ୍ବା ଦ୍ୱାଦଶ ପରୀକ୍ଷା ଯୁକ୍ତ ୨ ବିଜ୍ଞାନ, କଳା ଏବଂ ବାଣିଜ୍ୟରେ ପାସ୍‌ କରିଥିବା ଆବଶ୍ୟକ। ଏହାଛଡା ଓଡିଆ ଏବଂ ଇଂଲିଶରେ ସର୍ଟହ୍ୟାଣ୍ଡ ଟାଇପିଂ ସର୍ବନିମ୍ନ (୮୦ ଓ୍ଵାର୍ଡ ପର ମିନିଟ୍‌) ସ୍ପିଡ ହେବା ଆବଶ୍ୟକ।

ଏମିତି କରନ୍ତୁ ଆବେଦନ : ଇଚ୍ଛକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଧିକାରକ େଓ୍ଵବସାଇଟ୍‌ http://www.ossc.gov.in/ କୁ ଯାଇ ନୋଟିଫିକେସନ ଡାନଲୋଡ କରି ଭଲ ଭାବେ ପଢି ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ କରନ୍ତୁ। ଏଠାରେ ପଞ୍ଜିକରଣ କରିବା ପରେ ଆବେଦନ ପତ୍ରର ପ୍ରିଣ୍ଟଆଉଟ ରଖିଦିଅନ୍ତୁ। ଧ୍ୟାନ ରଖନ୍ତୁ ଆବେଦନପତ୍ରରେ କୌଣସି ପ୍ରକାର ତ୍ରୁଟି ରହିଲେ ତାହା ଗ୍ରହଣ କରାଯିବ ନାହିଁ।

େଓ୍ଵବସାଇଟ୍‌ : http://www.ossc.gov.in/ 

ନୋଟିଫିକେସନ ନିଶ୍ଚିତ ପଢନ୍ତୁ : https://www.digialm.com//per/g01/pub/852/EForms/image/ImageDocUpload/677/1112052481772841482018.pdf