ଆଜିର ଆଇପିଏଲ୍‌ ମ୍ୟାଚ : ଚେନ୍ନାଇ ସୁପରକିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ଚଳିତ ଆଇପିଏଲ୍‌ର ସିଜିନର ସପ୍ତମ ମ୍ୟାଚ ମୁକାବିଲାରେ ଚେନ୍ନାଇ-ଦିଲ୍ଲୀ ମୁହାଁମୁହିଁ ହେବେ। ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ହେବ। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ପ୍ରଥମ ମୁକାବିଲାକୁ ସୁପରଓଭରରେ ଜିତିଥିବା ଦିଲ୍ଲୀ ନିଜ ଦ୍ବିତୀୟ ବିଜୟ ସନ୍ଧାନରେ ରହିବ। ଦୁଇଟି ଯାକ ଦଳ ମ୍ୟାଚ ଜିତିବାକୁ ଚେଷ୍ଟା କରିବ। ଉଦଘାଟନୀ ମ୍ୟାଚ ଚେନ୍ନାଇ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ଚେନ୍ନାଇ ହାରିଯାଇଥିଲା।

ସେପଟେ ଉଦଘାଟନୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଚେନ୍ନାଇ ପୁଣି ଥରେ ଏହି ଧାରାକୁ ଫେରିବା ଆଶାରେ ଥିବ। କାନ୍ଧ ଆଘାତ ପାଇଁ ଅଶ୍ବିନ ବାଦ୍ ପଡ଼ିଲେ ଦିଲ୍ଲୀକୁ କିନ୍ତୁ ନିଜ ବୋଲିଂ ବାହିନୀରେ କିଛିଟା ଅଦଳ ବଦଳ କରିବାକୁ ହେବ।

match

 

ସମ୍ଭାବ୍ୟ ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ମୁରଲୀ ବିଜୟ, ଫାଫ୍ ଡୁ’ ପ୍ଲେସିସ୍, ସେନ୍ ୱାଟସନ୍, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଲୁଙ୍ଗି ଏନ୍ଗିଡ଼ି, ଦୀପକ ଚହର, ପୀୟୂଷ ଚାୱଲା, ଋତୁରାଜ ଗାଏକ୍ବାଡ୍, ସାମ୍ କରନ, ଜୋସ୍ ହାଜେଲଉଡ୍।

ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ୍ ଆୟର (ଅଧିନାୟକ), ଶିଖର ଧାୱନ, ପୃଥ୍ବୀ ସ’, ସିମରନ୍ ହେଟମେର, କାଗିସୋ ରବାଦା, ଅମିତ ମିଶ୍ର, ଅକ୍ଷର ପଟେଲ, ଋଷବ ପନ୍ତ, ଆଲେକ୍ସ କେରି, ମାର୍କସ ଷ୍ଟୋଇନିସ୍, ମୋହିତ ଶର୍ମା।