ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କଲେ ୱେଷ୍ଟଇଣ୍ଡିଜ୍‌ର ଅଲରାଉଣ୍ଡର କିରଣ ପୋଲାର୍ଡ

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଅଲରାଉଣ୍ଡର କିରଣ ପୋଲାର୍ଡ । ସମସ୍ତ ଫର୍ମାଟକୁ ବାଏ ବାଏ କହିଛନ୍ତି ପୋଲାର୍ଡ । ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି ପୋଲାର୍ଡ ।

୩୪ ବର୍ଷିୟ ପୋଲାର୍ଡ ୧୨୩ଟି ଓ୍ଵାନଡେ ଓ ୧୦୧ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଦିନିକିଆରେ ୨ ହଜାର ୭୦୬ ଓ ଟି-୨୦ରେ ୧ ହଜାର ୫୬୯ ରନ କରିଛନ୍ତି । ତେବେ ଘରୋଇ ଓ ଆଇପିଏଲରେ ଖେଳ ଜାରି ରଖିବେ ବୋଲି କହିଛନ୍ତି ପୋଲାର୍ଡ ।

ଭାରତରେ ରହି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍‌ରେ ଖେଳୁଥିବା ପୋଲାର୍ଡ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଏକ ଭିଡିଓ ବାର୍ତ୍ତା ଦ୍ବାରା ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ‘‘ବହୁ ବିଚାର ବିମର୍ଶ ପରେ ମୁଁ  ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରୁଛି। ଅନ୍ୟ ଯୁବକଙ୍କ ପରି ମୋର ମଧ୍ୟ ୱେଷ୍ଟ୍‌ଇଣ୍ଡିଜ୍‌ ପକ୍ଷରୁ ପ୍ରତିନିଧିତ୍ବ କରିବାର ସ୍ବପ୍ନ ଥିଲା। ଏବେ ମୁଁ ୧୦ ବର୍ଷର ବାଳକ ଏବଂ ୧୫ ବର୍ଷ ଧରି ୱେଷ୍ଟ୍‌ଇଣ୍ଡିଜ୍‌ ପକ୍ଷରୁ ଉଭୟ ଟି-୨୦ ଓ ଦିନିକିଆ ଖେଳିବାର ସୁଯୋଗ ପାଇଥିବାରୁ ଗର୍ବିତ’’ ବୋଲି ଏହି ଭିଡିଓ ବାର୍ତ୍ତାରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.