କନ୍ଧମାଳ ସାଂସଦ ଓ କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଭେଟିଲେ ବିହାରର ୭ ଜଣ ଖେଳାଳି, ଜଣାଇଲେ କୃତଜ୍ଞତା
ରାଞ୍ଚିଠାରେ ଅନୁଷ୍ଠିତ ହୋଇଥିବା ବିହାର ସ୍ପୋଟ୍ସ କନ୍କ୍ଲେଭ୍ ଅବସରରେ ଭାରତୀୟ ଭଲିବଲ୍ ସଂଘର ସଭାପତି ତଥା କନ୍ଧମାଳ ସାଂସଦ ଓ କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିହାରର ଖେଳାଳିଙ୍କୁ ଅଭ୍ୟାସ ପାଇଁ କିଟ୍ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ଅନୁସାରେ ବିହାରର ୭ ଜଣ ଖେଳାଳି କିଟ୍ରେ ରହିବା ସହ ଏଠାରେ ଜୁଡ଼ୋ, ବକ୍ସିଂ, ଦୌଡ଼କୁଦ ଆଦି କ୍ରୀଡ଼ାଭ୍ୟାସ କରିଥିଲେ ।
ଏହି ଖେଳାଳିମାନେ ହରିୟାଣାର ପଞ୍ଚକୁଲାଠାରେ ଜୁନ୍ ୪ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା “ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା” ପ୍ରତିଯୋଗିତାରେ ନିଜ ନିଜ ବିଭାଗରେ ଅଂଶଗ୍ରହଣ କରିବେ । ଆଜି ସମସ୍ତ ଖେଳାଳି ଡ. ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହା ସହ ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିବାରୁ ଡ. ଅଚ୍ୟୁତ ସାମନ୍ତ ଓ କିଟ୍ ଓ କିସ୍ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ ।