Below header

୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଯୋଜନା ସମନ୍ଵୟ ବିଭାଗର ଅନୁ ସଚିବ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଯୋଜନା ସମନ୍ଵୟ ବିଭାଗର ଅନୁ ସଚିବ । ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଧରିଲା ଭିଜିଲାନ୍ସ । କମ୍ପ୍ୟୁଟର ଫାର୍ମର ମାଲିକଙ୍କ ନିକଟରୁ ଲାଞ୍ଚ ନେଉଥିଲେ ପୂର୍ଣ୍ଣଚନ୍ଦ୍ର ।

୧୦ଟି କମ୍ପ୍ୟୁଟରକୁ ବିଲ କରେଇଦେବା ପାଇଁ ପ୍ରତି କମ୍ପ୍ୟୁଟର ପିଛା ୩ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଉଥିଲେ । ପୂର୍ଣ୍ଣଚନ୍ଦ୍ରଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହା ସହ ପୂର୍ଣ୍ଣଚନ୍ଦ୍ର ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.