ଗଞ୍ଜେଇ ଚାଲାଣରେ ଜନପ୍ରତିନିଧି, ସମିତି ସଭ୍ୟଙ୍କୁ ଗିରଫ କଲା ଅଡବା ପୋଲିସ

ମୋହନା(କେନ୍ୟୁଜ୍):  ଗଜପତିରେ ଥମୁନି ଚୋରା ଗଞ୍ଜେଇ କାରବାର । ଦିନ ପ୍ରତିଦିନ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇଚାଲିଥିବା ବେଳେ ଆଜି ଗଞ୍ଜେଇ ଚୋରାଚାଲାଣ ବେଳେ ଜଣେ ସମିତିସଭ୍ୟକୁ ଗିରଫ କରିଛି ଅଡବା ପୋଲିସ । ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ହାତେ ଧରାପଡିଲେ ସମିତିସଭ୍ୟ । ତାହା ବି କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ସହ ମହିନ୍ଦ୍ରା ବୋଲେରୋ ମେକ୍ସ ପିକ୍ଅପ ଗାଡିରେ । ଗିରଫ ଅଭିଯୁକ୍ତ ହେଲେ ଅଡବା ଥାନା ଅନ୍ତର୍ଗତ କେଶରୀଗୁଡା ପଞ୍ଚାୟତ ଜାଡାଗୁଡା ଗ୍ରାମର କାର୍ତ୍ତିକା ଶବର । କାର୍ତ୍ତିକା ଶବର ବର୍ତ୍ତମାନ କେଶରିଗୁଡା ପଞ୍ଚାୟତରେ ସମିତିସଭ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ସେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବେ ବ୍ଲକ୍ ଅଧ୍ୟକ୍ଷ ପଦବୀ ନିମନ୍ତେ ପ୍ରତିଦ୍ବନ୍ଦୀତା କରି ପରାଜିତ ହୋଇଥିଲେ ।

ଗଜପତି ଜିଲ୍ଲା ଅଡବା ପୋଲିସ କୈଣସି ସୂତ୍ରରୁ ଖବର ପାଇ ଆଜି ଚୁଡଙ୍ଗପୁର ଏବଂ କେଶରୀଗୁଡା ଗ୍ରାମ ମଧ୍ୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ କେଶରୀଗୁଡା ପଟୁ ଆସୁଥିବା ବୋଲେରୋ ମେକ୍ସପିକ୍ଅପ୍ ଗାଡି ନଂ OD07AA 0557 କୁ ଅଟକାଇ ଯାଞ୍ଚ କରାଯାଇଥିଲା ।ମୋହନା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଉକ୍ତ ଗାଡିରୁ ୨୫ଗୋଟି ଗଞ୍ଜେଇ ବ୍ୟାଗ ମିଳିଥିଲା । ଉକ୍ତ ଗଞ୍ଜେଇକୁ ଓଜନ କରାଯିଵାରୁ ମୋଟ ୬୮୯ କେଜି ୬୦୦ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ଯାହାର ବଜାରରେ ଆନୁମାନିକ ମୁଲ୍ୟ ୫୫ଲକ୍ଷ ହେବ , ଗଞ୍ଜେଇ ବୋଝେଇ ବୋଲେରୋ ମେକ୍ସପିକ୍ଅପଟିକୁ ନିଜେ କେଶରୀଗୁଡା ସମିତିସଭ୍ୟ କାର୍ତ୍ତିକା ଶବର ଚଳାଉଥିଲେ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ କାର୍ତ୍ତିକା ଶବରକୁ ଗିରଫ କରାଯାଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.