ରାଜଧାନୀରେ ସିରିଜ ଦୁର୍ଘଟଣା ମାମଲାରେ ଟ୍ରକ ଡ୍ରାଇଭର ଗିରଫ, ୫ଟି କାର ଓ ୨ଟି ବାଇକକୁ ଧକ୍କା ଦେଇଥିଲା ୧୦ ଚକିଆ ଟ୍ରକ୍‌

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀରେ ସିରିଜ ଦୁର୍ଘଟଣା ମାମଲାରେ ଗିରଫ ହେଲା ଟ୍ରକ ଡ୍ରାଇଭର । ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ୱର ଥାନା ପୋଲିସ୍‌ । ପାହାଳ ପାଖରୁ ଡ୍ରାଇଭରକୁ କାବୁ କରି ଥାନାକୁ ଆଣିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ଗତକାଲି ବାଣୀବିହାର ସତସଙ୍ଗ ମନ୍ଦିର ସାମ୍ନାରେ ୫ଟି କାର୍‌ ଓ ୨ଟି ବାଇକ୍‌କୁ ଧକ୍କା ଦେଇଥିଲା ୧୦ ଚକିଆ ଟ୍ରକ ।

ଟ୍ରକଟି ବରମୁଣ୍ଡା ଆଡୁ ଦ୍ରୁତ ଗତିରେ ଆସି ୫ଟି କାର୍‌କୁ ଧକ୍କା ଦେଇଥିଲା । ସେଥିରୁ ଦୁଇଟି କାର୍‌ ଓଲଟି ପଡିଥିଲା । ଏହାପରେ ଟ୍ରକଟି ପୁଣି ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.