ଜାଣନ୍ତିକି ଆଇପିଏଲ ଅଧିନାୟକ ମାନେ ସିଜିନ ପିଛା କେତେ ନିଅନ୍ତି ପାରିଶ୍ରମିକ ?

ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲର ରଣହୁଙ୍କାର ଏକ ପଟେ ବାଜି ଗଲାଣି । ଏଣେ ପ୍ରସ୍ତୁତି ପର୍ବ ମଧ୍ୟ ଜୋର ସୋରରେ ଆରମ୍ଭ ହୋଇଗଲାଣି । ବିଶ୍ୱକପ ପରେ ଆଇପିଏଲ ପରିଚାଳନାରେ ବି ମହେନ୍ଦ୍ର ସିଂ ଧୋନିଙ୍କୁ ଏକ ସଫଳ ତମ କ୍ୟାପଟେନ ଭାବେ ଜଣାଯାଏ । ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି, ରୋହିତ ଶର୍ମାଙ୍କ ପରି କ୍ରିକେଟରଙ୍କୁ ଗୋଟିଏ ସିଜିନ ଫ୍ରାଞ୍ଚାଇଜି ତରଫରୁ କେତେ ଟଙ୍କା ମିଳିଥାଏ ସେ ନେଇ ତଥ୍ୟ କେବେ ପ୍ରକାଶ ପାଇନାହିଁ । କିନ୍ତୁ ଏନେଇ ଏକ ତଥ୍ୟ ଆଜି ଆମେ ଆପଣଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଛୁ ।

ipl

– ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ହେଉଛନ୍ତି ଆଇପିଏଲର ସବୁଠୁ ସଫଳତମ କ୍ୟାପଟେନ । ନିଜ ନେତୃତ୍ୱରେ ରୋହିତ ଚାରି ଚାରି ଥର ଚମ୍ପିୟାନ କରାଇଛନ୍ତି । ଆଇପିଏଲର ଷଷ୍ଠ ସିଜିନ ଅର୍ଥାତ ୨୦୧୩ରେ ହିଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଥିଲା । ଏହି ବର୍ଷ ହିଁ ପ୍ରଥମ ଥର ପାଇଁ ମୁମ୍ବାଇ ଟ୍ରଫି ହାସଲ କରିଥିଲା । ଚଳିତ ସିଜିନ ପାଇଁ ଫ୍ରାଞ୍ଚାଇଜି ୧୫ କୋଟି ଟଙ୍କା ଦେଉଛି ।

– ଅଷ୍ଟ୍ରେଲିଆର ବରିଷ୍ଠ ଖେଳାଳି ଷ୍ଟିଭ ସ୍ମିଥଙ୍କୁ ଆଇପିଏଲରେ ପ୍ରଥମ ଥର ପାଇଁ ୨୦୧୦ ମସିହାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କିଣିଥିଲା । ଏଭିତରେ ସ୍ମିଥ ଚାରୋଟି ଟିମ ତରଫରୁ ଖେଳିସାରିଲେଣି । ଚଳିତ ବର୍ଷ ସେ ରାଜସ୍ଥାନ ରୟାଲସର କ୍ୟାପଟେନ ହିସାବରେ ଖେଳିବେ । ଏବର୍ଷ ତାଙ୍କୁ ୧୨ କୋଟି ଟଙ୍କା ଦରମା ହିସାବରେ ମିଳିବ ।

dhoni new

– ପୂର୍ବତନ ଭାରତୀୟ ଦଳର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି, ଆଇପିଏଲ ସିଜିନ ଆରମ୍ଭରୁ ହିଁ ଚେନ୍ନାଇ ସୁପର କିଙ୍ଗସ ଦଳର ଦାୟିତ୍ୱ ସମ୍ଭାଳି ଆସୁଛନ୍ତି । ତାଙ୍କରି ନେତୃତ୍ୱରେ ଚେନ୍ନାଇ ଦଳ ଦଳ ତିନି ଥର ଆଇପିଏଲ ଜିତିସରିଲାଣି । ଚଳିତ ସିଜିନ ପାଇଁ ଧୋନିଙ୍କୁ ୧୫ କୋଟି ଟଙ୍କା ପାରିଶ୍ରମିକ ଆକାରରେ ମିଳିବ ।

– ୨୦୧୩ ରୁ ଡାନିଏଲ ଭିଟୋରୀ କ୍ରିକେଟରୁ ସନ୍ୟାସ ନେବା ପରେ ୨୦୧୩ରେ ବିରାଟ କୋହଲିଙ୍କୁ ରୟାଲ ଚାଲେଞ୍ଜର୍ସର କ୍ୟାପଟେନ ଭାର ଗ୍ରହଣ କରିଥିଲେ । କିନ୍ତୁ ଏଭିତରେ ଆରସିବି ଆଇପିଏଲରେ କୌଣସି ସିଜିନରେ ଜିତି ପାରିନାହିଁ । ପ୍ରଥମ ସିଜିନରୁ ହିଁ ବିରାଟ ଏହି ଦଳର ସଦସ୍ୟ ଅଛନ୍ତି । ଏନେଇ କୋହଲି ପ୍ରାୟ ୧୭ କୋଟି ଟଙ୍କାର ଅର୍ଥରାଶି ଫ୍ରାଞ୍ଚାଇଜି ଠାରୁ ଆଦାୟ କରୁଛନ୍ତି ।

ipl

– ଆଇପିଏଲର ସବୁଠୁ ଯୁବ କ୍ୟାପଟେନ ଶ୍ରେୟସ ଅୟାର ୨୦୧୮ ମସିହାରେ ଗୌତମ ଗମ୍ଭୀରଙ୍କୁ ହଟାଇ ଦିଲ୍ଲୀ ଦଳର କ୍ୟାପଟେନ ଦାୟିତ୍ୱ ସମ୍ଭାଳିଥିଲେ । ତାଙ୍କରି ନେତୃତ୍ୱରେ ହିଁ ଦିଲ୍ଲୀ ଦୀର୍ଘ ୭ ବର୍ଷ ପରେ ସେମିଫାଇନାଲ ପର୍ଯ୍ୟନ୍ତ ପହଂଚି ପାରିଥିଲା । ଆସନ୍ତା ସିଜିନ ପାଇଁ ଆୟାରଙ୍କୁ ଫ୍ରାଞ୍ଚାଇଜି ତରଫରୁ ୭ କୋଟି ଟଙ୍କା ପାରିଶ୍ରମିକ ଆକାରରେ ମିଳିବ ବୋଲି ଜଣାଯାଇଛି ।

– କିଙ୍ଗସ ଇଲେଭେନ ପଞ୍ଜାବ ପୁଣିଥରେ ନିଜ ଅଧିନାୟକ ପରିବର୍ତ୍ତନ କରିଦେଇଛି । ୨୦୨୦ ମସିହା ସିଜିନ ପାଇଁ କେଏଲ ରାହୁଲଙ୍କୁ କ୍ୟାପିଟେନସିପ ଦାୟିତ୍ୱ ଦିଆଯାଇଛି । ଏଯାବତ ରାହୁଲ କ୍ୟାପିଟେନସିପ ଦାୟିତ୍ୱ ନେଇନଥିବା ବେଳେ ପଞ୍ଜାବ ଦଳ ତାଙ୍କୁ ୧୧ କୋଟି ଟଙ୍କାର ପରିଶ୍ରମିକ ଆକାରରେ ଦେବ ବୋଲି ଜଣା ଯାଇଛି ।

ipl

– ଅନ୍ୟ ପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଦଳର ଅଧିନାୟକ କେନ ବିଲିୟମ୍ସନଙ୍କୁ ୨୦୧୫ରେ ହାଇଦରାବାଦ ଦଳ କିଣିଥିଲା । ପ୍ରଥମ କ୍ୟାପିଟେନସିପରେ ବିଲିୟମ୍ସ ଦଳକୁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଚଳିତ ସିଜିନରେ ତାଙ୍କୁ ତିନି କୋଟି ଟଙ୍କାର ପାରିଶ୍ରମିକ ମିଳିବ ।

– ୨୦୧୮ରେ ଦୀନେଶ କାର୍ତ୍ତିକଙ୍କୁ କୋଲକାତା ନାଇଟ ରାଇଡ଼ର୍ସ କିଣିଥିବା ବେଳେ ଅଧିନାୟକର ଦାୟିତ୍ୱ ବି ହସ୍ତାନ୍ତର କରିଥିଲା । ୧୩ ତମ ସଂସ୍କରଣରେ ବି କୋଲକାତା ତରଫରୁ କାର୍ତ୍ତିକ ହିଁ କ୍ୟାପିଟେନସିପ କରିବେ । ଏଥିପାଇଁ ତାଙ୍କୁ ମିଳିବ ୭.୪ କୋଟି ଟଙ୍କା ।

Leave A Reply

Your email address will not be published.