Below header

ସକାଳୁ ସକାଳୁ ଦୁର୍ଘଟଣା ନେଲା ୬ ଜୀବନ, ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା

କଳାହାଣ୍ଡି (କେନ୍ୟୁଜ୍) : ସକାଳୁ ସକାଳୁ ଦୁର୍ଘଟଣା ନେଲା ୬ ଜୀବନ। କଳାହାଣ୍ଡି ମଦନପୁର ରାମପୁର ଫାପସି ଛକ ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକମାନେ ହେଲେ ମଦନପୁର ରାମପୁରର ସନ୍ତୋଷ ଡାକୁଆ, କର୍ଲାମୁଣ୍ଡାର ପ୍ରସନ୍ନ ମାଝୀ ଓ ସାଲେପଡାର ଆକାଶ ମାଝୀ । ଗୁରୁତରଙ୍କୁ ମଦନପୁର ରାମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିପରୀତ ଦିଗରୁ ଆସୁଥିବା ଦୁଇଟି ବାଇକ୍‌ରେ ୫ ଜଣ ଯାଉଥିଲେ । ବିବାହ ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.