ନିଜେ ଚାଲିଗଲେ କିନ୍ତୁ ବଞ୍ଚାଇଦେଲେ ଦୁଇ ଜୀବନ, ଅନ୍ୟ ଦୁଇ ରୋଗୀଙ୍କ ଠାରେ ଲାଗିଲା ସୁଚିତ୍ରା ଦାସଙ୍କ କିଡ଼ନୀ

ଭୁବନେଶ୍ବର (କେନ୍ୟୁଜ୍) : କାଡାଭେରିକ୍‌ ପଦ୍ଧତିରେ ଅଙ୍ଗ ପ୍ରତିରୋପଣ । ମାସେ ଭିତରେ ରାଜ୍ୟରେ ଦ୍ୱିତୀୟ କାଡାଭେରିକ୍‌ ପ୍ରତିରୋପଣ । ଗତକାଲି ବ୍ରେନ୍‌ ଡେଡ୍‌ ଥିବା ରୋଗୀ ସୁଚିତ୍ରା ଦାସଙ୍କ ଦୁଇଟି କିଡ୍‌ନୀ ଅନ୍ୟ ଦୁଇ ଜଣ ରୋଗୀଙ୍କୁ ନୂଆ ଜୀବନ ଦେଇଛି । ଗତ ରବିବାର ବ୍ରେନ୍‌ ଷ୍ଟ୍ରୋକରେ ଗୁରୁତର ହୋଇଥିବା ସୁଚିତ୍ରାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଏହା ପରେ ସୁଚିତ୍ରାଙ୍କ ସ୍ୱାମୀ ଗୋପାଳ ଦାସ ଅଙ୍ଗଦାନ ପାଇଁ କହିଥିଲେ । ଏହା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଥିଲେ । ତାଙ୍କ ଦୁଇଟି କିଡ୍‌ନୀ ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ସୁଚିତ୍ରାଙ୍କ ଘର ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ। ଆଜି ପୁରୀରେ ତାଙ୍କର ଶେଷକୃତ୍ୟ କରାଯିବ। ଗତ ୪ ତାରିଖରେ ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାଙ୍କ ମସ୍ତିଷ୍କ ମୃତ୍ୟୁ ହେବା ପରେ ତାଙ୍କ ଦୁଇଟି କିଡ୍‌ନୀ ଦୁଇ ରୋଗୀଙ୍କଠାରେ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.