ହରଭଜନ ସିଂ ବିକ୍ରି କଲେ ମୁମ୍ବାଇ ଘର, ଜାଣନ୍ତୁ କାରଣ

ଟିମ୍‌ ଇଣ୍ଡିଆର ଅଫ ସ୍ପିନର ହରଭଜନ ସିଂ ଫ୍ୟାନ୍ସ ମଧ୍ୟ ବେଶ୍‌ ଲୋକପ୍ରିୟ। ତାଙ୍କ ବୋଲିଂ ଷ୍ଟାଇଲ ଯୋଗୁଁ ଜବରଦସ୍ତ ଫ୍ୟାନ୍ସ ମଧ୍ୟ ତାଙ୍କର ରହିଛନ୍ତି। ଫ୍ୟାନ୍ସଙ୍କ ପାଖରେ ରହିବା ପାଇଁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି ହରଭଜନ। ନିକଟରେ ମିଳିଥିବା ଖବର ଅନୁଯାୟୀ, ହରଭଜନ ସିଂ ମୁମ୍ବାଇରେ ଥିବା ଏକ ଆପାର୍ଟମେଣ୍ଟକୁ ୧୭.୫୮ କୋଟି ଟଙ୍କା ବିକ୍ରି କରିଦେଇଛନ୍ତି।

ସୂଚନା ମୁତାବକ, ହରଭଜନ ସିଂ ମୁମ୍ବାଇରେ ଥିବା ଆପାର୍ଟମେଣ୍ଟକୁ ଜେବିସି ଇଣ୍ଟରନ୍ୟାସନାଲ ଏଲଏଲପି କିଣିଛି। ଆଉ ତାଙ୍କ ପ୍ରପର୍ଟି ବିକ୍ରି ତାରିଖ ୧୮ ନଭେମ୍ବର ୨୦୨୧ରେ ରେଜିଷ୍ଟ୍ରର ହୋଇଛି। ଏହି ଆପାର୍ଟମେଣ୍ଟ ୨,୮୩୦ ବର୍ଗ ଫୁଟ ଅଞ୍ଚଳରେ ରହିଛି।

ଏହି ଆପାର୍ଟମେଣ୍ଟ ମୁମ୍ବାଇର ଅନ୍ଧେରୀ େଓ୍ଵଷ୍ଟର ରୁସ୍ତମଜୀ ଏଲିମେଟଣ୍ଟ ନାମକ ଏକ ପ୍ରୋଜେକ୍ଟରେ ୯ତାଲାରେ ରହିଛି। ହରଭଜନ ସିଂ ଏହି ଆପାର୍ଟମେଣ୍ଟକୁ ୨୦୧୭ରେ କିଣିଥିଲେ। ମାର୍ଚ୍ଚ ୨୦୧୮ରେ ଏହାକୁ ୧୪.୫ କୋଟି ଟଙ୍କାରେ ରେଜିଷ୍ଟ୍ରର କରିଥିଲେ।

ହରଭଜନ ସିଂ ନିଜର ଇଣ୍ଟରନ୍ୟାସନାଲ କ୍ୟାରିର ୧୯୯୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚରୁ ଆରମ୍ଭ କରିଥିଲେ। ହରଭଜନ ସିଂ ଏପର୍ଯ୍ୟନ୍ତ ୧୦୩ଟି ମ୍ୟାଚ ୪୧୭ଟି ଓ୍ଵିକେଟ ନେଇସାରିଛନ୍ତି। ୧୯୯୮ରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ ଭଜି। ହରଭଜନ ଏପର୍ଯ୍ୟନ୍ତ ୨୩୬ ଦିନିକିଆ ମ୍ୟାଚରେ ୨୬୯ ଓ୍ଵିକେଟ ନେଇଛନ୍ତି। ଏହାଛଡା ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ହରଭଜନ ୨୫ଟି ଓ୍ଵିକେଟ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.