ଖୁବ ଶୀଘ୍ର ମୁମ୍ବାଇକୁ ପରିବାର ସହିତ ସିଫ୍ଟ ହୋଇ ପାରନ୍ତି ମାହି, ସାକ୍ଷୀଙ୍କ ଇନ୍ସଟାଗ୍ରାମ ଆକାଉଣ୍ଟରୁ ମିଳିଲା ସୂଚନା

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଖୁବ ଶୀଘ୍ର ନିଜ ପରିବାର ସହ ମୁମ୍ବାଇକୁ ସ୍ଥାନାନ୍ତରିତ ହୋଇ ପାରନ୍ତି । ଏନେଇ ସୂଚନା ଧୋନୀଙ୍କ ପତ୍ନୀ ସାକ୍ଷୀ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଥିବା କିଛି ଫଟୋ ଗୁଡ଼ିକରୁ ମିଳିଛି । ଘରର ଫଟୋ ସେୟାର କରି ସାକ୍ଷୀ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, “ନ୍ୟୁ ହୋମ” । ଫଟୋ ଗୁଡ଼ିକରୁ ସ୍ପଷ୍ଟ ହେଉଛିଯେ, ଧୋନୀଙ୍କ ମୁମ୍ବଈ ସ୍ଥିତ ଫ୍ଲାଟର କାମ ଏବେ ଚାଲୁ ରହିଛି । କରୋନା କାରଣରୁ ଜାରି ହୋଇଥିବା ଲକ ଡାଉନ ସମୟରେ ମହେନ୍ଦ୍ର ସିଂହ ଧୋନୀ ପରିବାର ସହ ରାଞ୍ଚି ସ୍ଥିତ ଫାର୍ମହାଉସରେ ରହି ଆସୁଥିଲେ । କ୍ରିକେଟରେ ନାଁ କରିବା ପରେ ଧୋନୀ ୨୦୦୯ ରେ ହରମୁରୋଡ ଠାରେ ତିନି ମହଲା ବିଶିଷ୍ଟ ଏକ ଘର କିଣିଥିଲେ ।

ଏହି ଘରେ ସେ ୮ ବର୍ଷ ଧରି ରହିବା ପରେ ୨୦୧୭ରେ କ୍ୟାଲସପାତି ସ୍ଥିତ ଫାର୍ମ ହାଉସକୁ ସିଫ୍ଟ ହୋଇଥିଲେ । କହି ରଖିବା ଉଚିତ ହେବକି, ନିଜ ଜନ୍ମସ୍ଥାନ ରାଞ୍ଚିରେ ମାହିଙ୍କର ଏକ ୭ ଏକର ଜାଗା ବିଶିଷ୍ଟ ଏକ ଫାର୍ମହାଉସ ଅଛି । ଯେଉଁଠି ସେ ଏକ ସାନଦାର ବଙ୍ଗଳା ନିର୍ମାଣ କରିଥିବା ବେଳେ ନିଜ ପସନ୍ଦର କାର-ବାଇକ ଆଦି ରଖିବା ପାଇଁ ଏକ ବଡ ଅଯରର ଗ୍ୟାରେଜ ନିର୍ମାଣ କରିଛନ୍ତି । ଏସବୁ ବାଦ ଧୋନିଙ୍କ କ୍ୟାରିୟର ଉପରେ ଯଦି ନଜର ପକାଇବା ତେବେ ଜଣାଯିବକି, ୨୦୧୯ ରେ ଆୟୋଜିତ ବିଶ୍ୱକପ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଠାରୁ ନିଜକୁ ଦୁରେଇ ରଖିଛନ୍ତି ଧୋନି ।

ଏହାର ପ୍ରାୟ ବର୍ଷେ ପରେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ କ୍ୟାପଟେନ କୁଲ । କିନ୍ତୁ ଚଳିତ ବର୍ଷର ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ ସିପ କରିଥିବାର ନଜର ଆସିଥିଲେ । ଶୁଣା ଯାଉଛିକି, ଧୋନି ଆଗକୁ ମନୋରଞ୍ଜନ କ୍ଷେତ୍ରରେ ପାଦ ଥାପି ପାରନ୍ତି । ଗତ ବର୍ଷ ଧୋନିଙ୍କ ନିଜ ପ୍ରଡକ୍ସନ କମ୍ପାନୀ ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ଲଂଚ ହୋଇଥିଲା । ଯାହା ନିର୍ଦ୍ଦେଶକ ଦାୟିତ୍ୱରେ ମାହିଙ୍କ ପତ୍ନୀ ସାକ୍ଷୀ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.