Below header

ଟିମ୍‌ ସହିତ ଅର୍ଜୁନଙ୍କ ପରିଚୟ କରାଇ ସାରାଙ୍କ ବିଷୟରେ ପଚାରିଲେ ରୋହିତ, ଅର୍ଜୁନ ଦେଲେ ଏଭଳି ଉତ୍ତର

ଆଇପିଏଲ୍‌ର ସବୁଠୁ ସଫଳ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଆଇପିଏଲ୍‌ ଟାଇଟଲ ଜିତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୫ ଥର ଟାଇଟଲ୍ ଜିତି ରେକର୍ଡ କରିଥିବା ରୋହିତଙ୍କ ଟିମ୍ ମଧ୍ୟ ଜୋରଦାର ଅଭ୍ୟାସ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ରାକ୍ଟିସ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି। ଆଉ ଏଥିରେ ରୋହିତ ଶର୍ମା ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକରଙ୍କ ସହିତ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛନ୍ତି।

ଭିଡିଓରେ ରୋହିତ ଅର୍ଜୁନଙ୍କୁ ସାରା ତେନ୍ଦୁଲକରଙ୍କ ବିଷୟରେ ପଚାରୁଛନ୍ତି। ଯାହାର ଉତ୍ତର ଦେଉଛନ୍ତି ଅର୍ଜୁନ। ରୋହିତ ଭିଡିଓରେ ଅର୍ଜୁନଙ୍କ ପରିଚୟ ଦେଇ କହୁଛନ୍ତି, ‘ଦ ଓ୍ଵାନ୍‌ ଆଣ୍ଡ ଓନଲି ଅର୍ଜୁନ ତେନ୍ଦୁଲକର’ । ତା’ ପରେ ରୋହିତ ଶର୍ମା ମରାଠୀରେ ଅର୍ଜୁନଙ୍କ ତାଙ୍କ ପରିବାର ବିଷୟରେ ପଚାରୁଛନ୍ତି। ସାରାଙ୍କ ବିଷୟରେ ପଚାରିବାରୁ ଅର୍ଜୁନ କହୁଛନ୍ତି, ସେ ଏବେ ଲଣ୍ଡନରେ ଅଛନ୍ତି ବୋଲି କହୁଛନ୍ତି।

ଏହି ଭିଡିଓରେ କିରନ ପୋଲାର୍ଡ ଓ ଈଶାନ କିଶନ ମଧ୍ୟ ମସ୍ତି କରୁଥିବାର ନଜର ଆସିଛନ୍ତି। ତାଙ୍କୁ ହୋଟେଲ ରୁମରେ ଦଳର ଜର୍ସି ପ୍ରଦାନ କରାଯାଉଛି । ଓ୍ୱେଷ୍ଟ୍ ଇଣ୍ଡିଜ ଦଳର ଦିନିକିଆ ଅଧିନାୟକ ମଧ୍ୟ ରୋହିତଙ୍କ ସହ କଥା ହେଉଛନ୍ତି । ଏହି ସମୟରେ ଅନ୍ୟ ସମସ୍ତ ଖେଳାଳି ଓ କୋଚ୍ ଉପସ୍ଥିତ ରହିଛନ୍ତି । ଭିଡିଓର ଗୋଟିଏ ପାର୍ଟରେ ଇଶାନ କିଷାନ ଖେଳଣା ବନ୍ଧୁକ ଧରି ଖେଳୁଥିବା ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ମୁମ୍ବାଇ ୨୦୨୦ରେ ଶେଷ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା । ଆସନ୍ତା ସିଜିନରେ ଦଳ ମାର୍ଚ୍ଚ ୨୭ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ।

video credit: Mumbai Indians

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.