ଶରୀରକୁ ପାଣି କିଭଳି ଦରକାର ଜାଣିବେ କେମିତି, ଦେଖନ୍ତୁ

ବର୍ତ୍ତମାନ ଜୋରସୋରରେ ବଢୁଛି ତାପମାତ୍ରା । ଦିନ ବେଳା ଅସହ୍ୟ ହେଉଛି ତାତି । ଏହା ଭିତରେ ଭାରତୀୟ ପାଣିପାଗ ବିଭାଗ ଅନେକ ସ୍ଥାନରେ ହିଟ ୱେଭର ଚେତାବନୀ ଦେଇଛି । ଏଭଳି ପରିସ୍ଥିତିରେ ଘରୁ ବାହାରକୁ ବାହାରିଲେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡୁଛି । ଆଉ ଏମିତି ସମୟରେ ପାଣିର ଭୂମିକା କେତେ ତାହା ଆପଣ ମାନେ ଭଲଭାବରେ ଜାଣନ୍ତି । କିନ୍ତୁ ପାଣି ପିଇବା କେତେବେଳେ କିଭଳି ଆଉ କେତେ ପରିମାଣରେ ତାହା ଜାଣିବା ନିହାତି ଦରକାର ।

ପାଣି ପିଇବାକୁ ନେଇ ଭିନ୍ନ ମତ ରହିଛି । ଉଦାହରଣ ସ୍ୱରୁପ ଜଣେ କେତେବେଳେ ପାଣି ପିଇବ । ଏହାକୁ ନେଇ ବିଶେଷଜ୍ଞ କହନ୍ତି ତାହା ନିଶ୍ଚୟ ଜାଣିବା ଆବଶ୍ୟକ । ସକାଳୁ ଉଠି ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ପାଖାପାଖି ଭଲ ନିଦ୍ରା ପରେ ଅର୍ଥାତ ପାଖାପାଖି ୮ଘଣ୍ଟା ଶୋଇବା ପରେ ଶରୀରକୁ ପାମି ଦରକାର । ତେଣୁ ସକାଳୁ ଉଠିବା ପରେ ଆପଣଙ୍କ କ୍ଷମତା ଅନୁଯାୟୀ ୧ରୁ ୨ଗ୍ଲାସ ପାଣି ପିଇପାରିବେ ଆପଣ ।

ଡକ୍ଟର କିରନ ଗୁପ୍ତା କହିଛନ୍ତି କି ଅଧିକାଂଶ ଲୋକେ ଖାଦ୍ୟ ଖାଇବା ସମୟରେ ଅଧିକ ପାଣି ପିଇଥାନ୍ତି । ଏହା ନକରିବା ଭଲ । ଯଦି ଖାଇବା ବେଳେ ଖାଦ୍ୟନଳୀରେ ସମସ୍ୟା ହେଉଛି ତେବେ ୧କି ୨ଢୋକ ପାମି ପିଇବା ଉଚିତ । ଖାଦ୍ୟ ଖାଇବା ସମୟରେ ପାଣି ଅଧିକ ପିଇବା ହେତୁ ପାଚନ କ୍ରିୟା ଧୀର ହୋଇଯାଏ । କାରଣ ପାଟି ଭିତରେ ନିର୍ମାଣ ହେଉଥିବା ଏନଜାଇମ ସିଧା ପେଟ ଭିତରକୁ ଚାଲିଯାଇଥାଏ ।

ଅନେକ ଲୋକଙ୍କୁ ଦେଖାଯାଏ କି ସେମାନେ ୱାର୍କଆଉଟ ପରେ ପରେ ସଂଗେ ସଂଗେ ପାଣି ପିଇଥାନ୍ତି । ଧ୍ୟାନ ରଖନ୍ତୁ କି ଏହି ସମୟରେ ଅଧିକ ପାଣି ପିଇବା ପରିବର୍ତ୍ତେ ୧୦ ମିନିଟ ଅନ୍ତରାଳରେ ଢୋକେ ଢୋକେ ପାଣି ପିଇଲେ ଭଲ । ବିଶେଷଜ୍ଞଙ୍କ ଅନୁସାରେ ପ୍ରତିଦିନ ଜଣେ ମଣିଷକୁ ୨ରୁ ୩ଲିଟର ପାଣି ପିଇବା ଉଚିତ । କିନ୍ତୁ ତାପମାତ୍ରା ଅଧିକ ବଢୁଥିବାରୁ ଶରୀରରେ ପାଣିର କମି ପରିଲକ୍ଷିତ ହୋଇଥାଏ । ଏଭଳି ସ୍ଥିତିରେ ପ୍ରତିଦିନ ୩ରୁ୪ଘଣ୍ଟା ପାଣି ପିଇବା ଉଚିତ । ମନେରଖନ୍ତୁ ପାଣିକୁ ଗୋଟିଏ ନିଶ୍ୱାସରେ ନପିଇ ଢୋକେ ଢୋକେ ନେଇ ଏଭଳି ପିଅନ୍ତୁ । ଫଳରେ ପାଚନ କ୍ରିୟା ଭଲ ହୋଇଥାଏ ।

ପାଣି କମ ପିଇଲେ କଣ ହୁଏ ? ପାଣି କମ ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ ଭଳି ସ୍ଥିତି ଉପୁଜେ । ବୟସ ଅଧିକ ଜମାପଡେ । କାରଣ ଶରୀରରେ ମେଟାବୋଲିଜିମ ରେଟ ଖରାପ ହୋଇଥାଏ । ଯାହା ଫଳରେ ଶରୀରରେ ଚର୍ବି ବଢିବାରେ ଲାଗେ ।

ପାଣି ଦରକାରଠୁ ଅଧିକ ପିଇଲେ କଣ ହୁଏ ? କିଛି ଲୋକ ଭାବନ୍ତି ପାଣି ଯେତେ ପିଇଲେ ଶରୀର ପାଇଁ ସେତେ ଭଲ । କିନ୍ତୁ ଏହା ଠିକ ନୁହେଁ । ଆବଶ୍ୟକତାଠୁ ଯଦି ଆପଣ ପାଣି ଅଧିକ ପିଉଛନ୍ତି ତେବେ ସୋଡିୟମ ସ୍ତର କମିଥାଏ ଓ ମସ୍ତିଷ୍କ ଫୁଲିପାରେ । ଏହାକୁ ଫିଲ୍ଟର କରିବା ପାଇଁ କିଡନୀ ଉପରେ ଅଧିକ ଚାପ ପଡିଥାଏ । ଯାହାଫଳରେ କିଡନୀ ଫେଲ ହେବାର ଆଶଙ୍କା ମଧ୍ୟ ବଢିଥାଏ । ଏହା ବ୍ୟତୀତ ମାଂସପେଶୀରେ କଷ୍ଟ କିମ୍ବା ଦୁର୍ବଳତା ଅନୁଭବ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.