ପାକିସ୍ତାନ: ହିନ୍ଦୁ ଯୁବତୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ ହେବାରୁ ବିଚ୍‌ ରାସ୍ତାରେ ଗୁଳିକରି ହତ୍ୟା କଲେ ଦୁର୍ବୃତ୍ତ

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ପଣ୍ଡ ହେବା ପରେ ଅପହରଣକାରୀ ମଝିରାସ୍ତାରେ ଗୁଳିମାରି ହତ୍ୟା କରିଦେଇଛନ୍ତି। ‘ ଦ ଫ୍ରାଇଡେ ଟାଇମ୍ସ’ ପ୍ରକାଶିତ ଖବର ଅନୁଯାୟୀ, ୧୮ ବର୍ଷୀୟ ପୂଜା ଆଦେଙ୍କୁ ଅପହରଣ କରୁଥିବା ସମୟରେ ବିରୋଦ କରିଥିଲେ। ଫଳରେ ତାଙ୍କୁ ବିଚ୍‌ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି।

ପିପୁଲ୍ସ କିମଶନ ଫର ମାଇନରିଟିଜ ରାଇଟସ ଏବଂ ସେଣ୍ଟର ଫର ସୋସିଆଲ ଜସିଷ୍ଟ ଅନୁସାରେ, ପୂଜାଙ୍କୁ ପୂର୍ବରୁ ରାସ୍ତରୁ ଅପହରଣ କରିବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଯେତେବେଳେ ସେ ଅପହରଣ ହେବା ସମୟରେ ବିରୋଧ କରିଥିବାରୁ ତାଙ୍କୁ ଗୁଳିକରିଦେଇଥିଲେ ଅପହରଣକାରୀ। ଏଠାରେ ପ୍ରତ୍ୟେକ ବର୍ଷ ଅଳ୍ପସଂଖ୍ୟକ ସମୁଦାୟରୁ ମହିଳାଙ୍କୁ ବିଶେଷ ଭାବେ ଅପହରଣ କରାଯାଇ ଧାର୍ମିକ ଚରମପନ୍ଥୀମାନେ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇଥାନ୍ତି। ଏହି କାରଣ ଯୋଗୁଁ ପାକିସ୍ତାନରେ ଜବରଦସ୍ତ ବିବାହ ଏବଂ ଧର୍ମ ପରିବର୍ତ୍ତନ କରାଯାଉଥିବା ଖବର ସାମ୍ନାକୁ ଆସିଛି।

୨୦୧୯ରେ ସିନ୍ଧ ସରକାର ହିନ୍ଦୁ ଅଳ୍ପସଂଖ୍ୟକ ସଂପ୍ରଦାୟକୁ ଜବରଦସ୍ତ ଧର୍ମ ପରିବର୍ତ୍ତନ ଏବଂ ବିବାହ ରୋକିବା ପାଇଁ ଆଇନ ଆଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଠାରେ କଡା ବିରୋଧ ଏବଂ ପ୍ରଦର୍ଶନ ଯୋଗୁଁ ଏହି ଆଇନ ପ୍ରଣୟନ ହୋଇପାରୁନାହିଁ। ୨୦୧୩ରୁ ୨୦୧୯ ମଧ୍ୟରେ ଧର୍ମ ପରିବର୍ତ୍ତନ ଯୋଗୁଁ ୧୫୬ ଘଟଣା ଦାୟର ହୋଇଥିବା ଖବର ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.