ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଇଂଲଣ୍ଡର ଏହି ଷ୍ଟାର ଅଲରାଉଣ୍ଡର

ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମୋଇନୀ ଅଲ୍ଲୀ ପାକିସ୍ତାନ ଟୁର ପାଇଁ ଖେଳିବାକୁ ଚାହୁଁଛନ୍ତି। ମୋଇନୀ ଅଲ୍ଲୀଙ୍କ କହିବାନୁଯାୟୀ, ସେ ପାକିସ୍ତାନରେ ଖେଳିବା ପାଇଁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା କଥାକୁ ଫେରାଇ ନେଉଛନ୍ତି। ଏହା ସହିତ ଇଂଲଣ୍ଡର ନୂଆ ଅଧିନାୟକଙ୍କ ଅଧିନରେ ପୁଣିଥରେ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁଚି। ମୋଇନୀ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟ ଖେଳିସାରିଛନ୍ତି।

ମୋଇନୀ ଅଲ୍ଲୀ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମଧ୍ୟରେ ଅନ୍ୟତମ। ୬୪ଟି ଟେଷ୍ଟ ମ୍ୟାଚରେ ୧୯୫ ଓ୍ଵିକେଟ ଏବଂ ୨,୯୧୪ ରନ୍‌ ମଧ୍ୟ କରିଛନ୍ତି। ମୋଇନୀ ଅଲ୍ଲୀ ଟେଷ୍ଟ କ୍ରିକେଟରୁ ରିଟାୟରମେଣ୍ଟ ହେବା ଫେରାଇ ନେବାର ଶ୍ରେ ଇଂଲଣ୍ଡ କ୍ରିକେଟ ଟିମର ନୂଆ କୋଚ ବ୍ରେଡମ ମ୍ୟାକୁଲମଙ୍କୁ ଦେଇଛନ୍ତି।

ଅଲ୍ଲୀ ରିଟାୟରମେଣ୍ଟ ଫେରାଇ ନିଅନ୍ତୁ ବୋଲି ଗତ ମାସରେ ମ୍ୟାକୁଲମ ତାଙ୍କ ସହିତ କଥା ହୋଇଥିଲେ। ଷ୍ଟାର ଅଲରାଉଣ୍ଡର କହିଛନ୍ତି, ମ୍ୟାକୁଲମ ମୋତେ ମେସେଜ କରି ପଚାରିଥିଲେ, ତୁମେ ଖେଳିବାକୁ ଚାହୁଁଚ। ଏହା ପରେ ମୁଁ ଟେଷ୍ଟ କ୍ରିକେଟକୁ ଫେରିବା ପାଇଁ ବିଚାର କରିଥିଲି।

MOEEN ALI

ମୋଇନୀ ଅଲ୍ଲୀ ଆଇପିଏଲରେ ମ୍ୟାକୁଲମଙ୍କ ସହିତ ଖେଳିସାରିଛନ୍ତି। ତେଣୁ ତାଙ୍କ ଅଧିନରେ ଖେଳିବା ବହୁତ ମଜାଦାର ରହିବ। ପାକିସ୍ତାନ ମାଟିରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଅଲ୍ଲୀଙ୍କର ସ୍ୱପ୍ନ ରହିଛି।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ପୂର୍ବରୁ ଇଂଲଣ୍ଡର ଲିଡରସିପ ଗ୍ରୁପରେ ନୂଆ ଚ୍ୟାଲେଞ୍ଜ ଆରମ୍ଭ ହୋଇଛି। ଇଂଲଣ୍ଡ ଟିମର ଦାୟିତ୍ୱ ଏବେ ବେନ ଷ୍ଟୋକସଙ୍କ ହାତରେ ରହିଛି। କୋଚ ଦାୟିତ୍ୱ ମ୍ୟାକୁଲମ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.