ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ହଷ୍ଟେଲ୍‌ ସୁପରିଟେଣ୍ଡେଣ୍ଟ ଦେଲେନି ଫୋନ୍‌, ଶେଷରେ ଜୀବନ ହାରିଲା ୧୪ ବର୍ଷୀୟ ଛାତ୍ର

ନୂଆଦିଲ୍ଲୀ : ମା’ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଅନୁମତି ନ ମିଳିବାରୁ ଜଣେ ସ୍କୁଲ୍‌ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକରେ ଘଟିଛି । ମୃତ ଛାତ୍ରଙ୍କ ନାଁ ପୂର୍ବଜ। ବେଙ୍ଗାଲୁରୁ ହୋସାକୋଟେ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ଜୁନ ୧୧ରେ ମା’ଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇବା ପାଇଁ ସ୍କୁଲ ହଷ୍ଟେଲ କର୍ତ୍ତୁପକ୍ଷଙ୍କୁ ଫୋନ ମାଗିଥିଲେ। ହେଲେ ୱାର୍ଡେନ ତାଙ୍କୁ ଫୋନ୍‌ ଦେଇ ନଥିବା ସୂଚନା ମିଳିଛି। ପୁଲିସ କହିଛି ଯେ ପୂର୍ବରୁ ମଧ୍ୟ ଛାତ୍ର ଜଣଙ୍କ ପରିବାର ଲୋକଙ୍କ ସହ କଥା ହେବା ପାଇଁ ୱାର୍ଡେନ ପାଖରେ ବାରମ୍ୱାର ଅନୁରୋଧ କରିଥିଲେ ହେଲେ ତାଙ୍କୁ ଅନୁମତି ମିଳିନଥିଲା। ଫଳରେ ଛାତ୍ର ଜଣଙ୍କ ପୂରା ଚାପଗ୍ରସ୍ଥରେ ରହିଥିଲେ। ଏବଂ ସେ ସୁସାଇଟ ନୋଟ ଲେଖିବା ସହ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତ ଛାତ୍ରଙ୍କ ବୟସ ହେଉଛି ୧୪ ବର୍ଷ।

ନିବାର ବିଳମ୍ବିତ ରାତିରେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଅନ୍ୟ ଛାତ୍ରମାନେ ମୃତଦେହ ଦେଖିବା ପରେ ହଷ୍ଟେଲ ମ୍ୟାନେଜମେଣ୍ଟକୁ ଜଣାଇଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ଛାତ୍ରଙ୍କ ବାପାମା’ ହଷ୍ଟେଲରେ ପହଞ୍ଚିବା ସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।