ଉଦୟପୁରରେ କହ୍ନୈୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ପ୍ରତିକ୍ରିୟା ଦେଲେ ମହମ୍ମଦ କୈଫ

ରାଜସ୍ଥାନ ଉଦୟପୁରର ଟେଲର କହ୍ନୈୟା ଲାଲଙ୍କ ମୃତ୍ୟୁକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ଏହି ମାମଲାର ଦୁଇଜଣକୁ ଗିରଫ କରାଯାଇଥିଲା। କହ୍ନୈୟା ଲାଲଙ୍କ ମୃତ୍ୟୁକୁ ନେଇ ଆନ୍ଦୋଳନ ମଧ୍ୟ ଜୋରଦାର ଧରିଛି। ଲୋକ ସଡ଼କକୁ ଆସି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। କେବଳ ସାଧାରଣ ନାଗରିକ ନୁହେଁ ସେଲିବ୍ରିଟିମାନେ ମଧ୍ୟ ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି। ଏହି ଘଟଣାକୁ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ନିଜର ପ୍ରତିକ୍ରିୟା ଦେଇଛନ୍ତି। କୈଫ ଟ୍ଵିଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାକୁ ନିନ୍ଦା କରିଛନ୍ତି କୈଫ।

କେବଳ କୈଫ ନୁହେଁ ଏହି ଘଟଣାରେ ବଲିଉଡର ସେଲିବ୍ରିଟି ମଧ୍ୟ କମେଣ୍ଟ ଦେଇଛନ୍ତି।ସ୍ୱରା ଭାସ୍କର ଏହାକୁ ନେଇ କହିଛନ୍ତି, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦୋଷୀକୁ ଦଣ୍ଡ ମିଳିବା ଉଚିତ। ଟ୍ଵିଟ୍‌ କରି ସ୍ୱରା ଲେଖିଛନ୍ତି, ‘ନିନ୍ଦନୀୟ ଘୋର ନିନ୍ଦନୀୟ’ ଜଘନ୍ୟ ଅପରାଧ। ସେହିପରି ବିଶାଲ ଦଦଲାନୀ, ରିଚା ଚଢା, ମଧ୍ୟ ଟ୍ଵିଟ୍‌ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ମୃତକଙ୍କ ନାଁ କହ୍ନେୟାଲାଲ। ତାଙ୍କ ୮ ବର୍ଷର ପୁଅ ମୋବାଇଲ ଫୋନରୁ ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା।  ମୃତ ବ୍ୟକ୍ତି ଜଣକ ସୁପ୍ରିମ ଟେଲର ନାମରେ ଏକ ଦୋକାନ ଚଳାଉଥିଲେ । ମଙ୍ଗଳବାର ଦିନ ଦୁଇଜଣ ଆକ୍ରମଣକାରୀ ତାଙ୍କ ଦୋକାନରେ ମାପ ଦେବା ବାହାନାରେ ବାଇକରେ ଆସି ଦୋକାନରେ ପଶିଥିଲେ । ବ୍ୟକ୍ତି ଜଣକ କିଛି କରିବା ପୂର୍ବରୁ ଅପରାଧୀମାନେ ଆକ୍ରମଣ କରିଥିଲେ ।

ଏହି ଘଟଣାକୁ ନେଇ ବିଭିନ୍ନ ହିନ୍ଦୁ ସଙ୍ଗଠନରେ ଆକ୍ରୋଶ ଦେଖାଦେଇଛି। ଘଟଣାରେ ୨ ମୁସଲମାନ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି। ସେମାନେ ଏକ ଭିଡିଓ ଜାରି କରି ନିଜକୁ ହତ୍ୟା ପାଇଁ ଦାୟୀ କରିଛନ୍ତି।

ଏ ଭିତରେ ମୃତ କହ୍ନେୟା ଲାଲ୍‌ଙ୍କ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରୁ ମୃତ୍ୟୁର କାରଣ ଜଣାପଡ଼ିଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ କହ୍ନେୟା ଲାଲ୍‌ଙ୍କ ଗୋଟିଏ ହାତକୁ କାଟି ଦିଆଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ଏବଂ ଏକ ସାଥୀରେ ଅନେକ ଗୁଡ଼ିଏ ଶିରା କଟିଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟ ମୁତାବକ, ତାଙ୍କ ଶରୀରରେ ୨୬ଟି ଚୋଟ ପଡ଼ିଛି। ତାଙ୍କ ବେକରେ ମଧ୍ୟ ୭ରୁ ୮ ଥର ଚୋଟ ପକାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.