ବଡଦାଣ୍ଡରେ ଗଡ଼ିଲା ରଥ: ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ପୁରୀ(କେନ୍ୟୁଜ୍): ବଡଦାଣ୍ଡରେ ଆରମ୍ଭ ହେଲା ରଥ ଟଣା। ପ୍ରଥମେ ଗଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶ୍ରୀ ଜଗନ୍ନାଥଙ୍କ ନାମରେ ଗୁଞ୍ଜରିତ ହେଉଛି ଶ୍ରୀକ୍ଷେତ୍ର । ଦୁଇବର୍ଷ ଧରି ଖାଲିପଡ଼ିଥିବା ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରିଉଠିଛି ।

ସୂଚନା ଥାଉକି, ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଥିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ ।

ଭକ୍ତିମୟ ପରିବେଶରେ ବଡ଼ ଦାଣ୍ଡକୁ ଅବତରଣ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ପାଇ ଭକ୍ତ ଭାବବିହ୍ବଳ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.