ଅହମ୍ମଦାବାଦରେ ମହାପ୍ରଭୁ ଜଗନ୍ନାଥଙ୍କ ୧୪୫ତମ ରଥଯାତ୍ରା; ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସୁନାର ଝାଡ଼ୁରେ କଲେ ଛେରାପହଁରା

ଗୁଜରାଟର ଅହମ୍ମଦାବାଦରେ ବଡ଼ ଧୁମ୍‌ଧାମରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଏଠାରେ ଥିବା ମହାପ୍ରଭୁ ଜଗନ୍ନାଥ ମନ୍ଦିରରୁ ରଥ ବାହାରିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବିଧି ବିଧାନର ସହ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ କରିବା ପରେ ସୁନାର ଝାଡ଼ୁରେ ରଥ ଛେରାପହଁରା କରିଥିଲେ।

ଅହମ୍ମଦାବାଦ ମନ୍ଦିରରୁ ବାହାରିଥିବା ମହାପ୍ରଭୁଙ୍କ ରଥ ସରସପୁର ଅଞ୍ଚଳକୁ ଯିବ, ଯାହାକୁ ଜଗନ୍ନାଥଙ୍କ ମାଉସୀ ମା’ ଘର ବୋଲି କୁହାଯାଇଥାଏ। ବିଧି ବିଧାନର ସହ ମହାପ୍ରଭୁ ଜଗନ୍ନାଥ ପୁରୁଣା ଅହମ୍ମଦାବାଦର ପ୍ରେମ ଦରଓ୍ଵାଜା ରାସ୍ତା ଦେଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଥାଆନ୍ତି।

ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ଭଳି ଅହମ୍ମଦାବାଦରେ ମଧ୍ୟ ଚଳିତବର୍ଷ ୧୪୫ତମ ରଥଯାତ୍ରା ଆୟୋଜନ ପୂର୍ବରୁ ମଙ୍ଗଳା ଆଳତି ହୋଇଥିଲା। ଆଳତି ପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଖିରେ ବନ୍ଧା ହୋଇଥିବା ପଟି ଖୋଲା ଯାଇଥିଲା। ମଙ୍ଗଳା ଆଳତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ମଧ୍ୟ ସାମିଲ ହୋଇଥିଲେ। ଜୁଲାଇ ୨ରେ ମହାପ୍ରଭୁ ଜଗନ୍ନାଥ ଅହମ୍ମଦାବାଦରେ ନଗରଯାତ୍ରାରେ ବାହାରିବେ। ଏହି ଯାତ୍ରା ୧୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.