୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି, ବିସିସିଆଇ ଠାରୁ ଆରମ୍ଭ କରି ହାର୍ଦ୍ଦିକଙ୍କ ପର୍ଯ୍ୟନ୍ତ ସମସ୍ତ ଖେଳାଳି ଜଣାଇଲେ ଶୁଭେଚ୍ଛା

ହାପି ବାର୍ଥ ଡେ ମାହି । ଟିମ୍‌ ଇଣ୍ଡିଆର ସବୁଠୁ ସଫଳତମ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୪୨ ବର୍ଷରେ ପାଦ ଥାପିଛନ୍ତି । ମାହିଙ୍କ ଜନ୍ମଦିନରେ ବିସିସିଆଇ ଠାରୁ ଆରମ୍ଭ କରି ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସୁରେଶ ରାଇନା, ମୟଙ୍କ ଅଗ୍ରଓ୍ଵାଲ, ବରୁଣ ଚକ୍ରବର୍ତ୍ତୀ, ଚେନ୍ନାଇ ସୁପରକିଙ୍ଗସ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୪୨ ବର୍ଷରେ ପାଦ ଥାପିଛନ୍ତି । ମାହିଙ୍କ ଜନ୍ମଦିନରେ ପ୍ରଶଂସକ ଓ କ୍ରିକେଟପ୍ରେମୀ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଆଇପିଏଲକୁ ଛାଡ଼ି ଅନ୍ୟ ସବୁ କ୍ରିକେଟ୍ ଫର୍ମାଟରୁ ଅବସର ନେଇ ସାରିଛନ୍ତି ଧୋନି । ଧୋନିଙ୍କ ଜନ୍ମଦିନରେ ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ବିସିସିଆଇ ସଚିବ ଜୟ ଶାହା, ସୁରେଶ ରାଇନା, ମୟଙ୍କ ଅଗ୍ରଓ୍ଵାଲ, ବରୁଣ ଚକ୍ରବର୍ତ୍ତୀ, ଚେନ୍ନାଇ ସୁପରକିଙ୍ଗସ, ଗୁଜରାଟ ଟାଇଟନ୍ସ, କୋଲକତା ନାଇଟ ରାଇଡର୍ସ ପକ୍ଷରୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଏବଂ ୯୮ଟି ଟି–୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଧୋନି ୯୦ଟି ଟେଷ୍ଟରେ ୪୮୭୬ ରନ୍‌, ୩୫୦ ଦିନିକିଆରେ ୧୦୭୭୩ ରନ୍‌, ଟି-୨୦ରେ ୧୬୧୭ ରନ୍‌ କରିଛନ୍ତି । ଏମଏସ ଧୋନି ଆଜି ପର୍ଯ୍ୟନ୍ତ ପ୍ରଥମ ଏବଂ ଏକମାତ୍ର ଅଧିନାୟକ ଯିଏକି ସମସ୍ତ ତିନିଟି ICC ଟ୍ରଫି ଜିତିଛନ୍ତି। ଧୋନିଙ୍କ ଜନ୍ମଦିନରେ କ୍ରିକେଟ ଷ୍ଟାର ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.