IISER ରେ ଖାଲିପଡିଛି ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ, ଦରମା ମାସକୁ ଦେଢ ଲକ୍ଷ

ପ୍ରଫେସର ପଦବୀ ପାଇଁ IISER ରେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୨ ଜୁଲାଇ ରହିଛି । ଦରମା ମାସକୁ ଦେଢ ଲକ୍ଷ ଟଙ୍କା ମିଳିବ ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତୁ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ନୋଟିଫିକେସନ ଚେକ୍‌ କରିପାରିବେ । ଏଠାରେ ୩୨ଟି ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀଙ୍କ iisertirupati.ac.in କୁ ଯାଇ ୧୨ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୨

ପ୍ରଫେସର : ୭
ଆସିଷ୍ଟାଣ୍ଟ ପ୍ରଫେସର : ୨୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୨, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା/ବିଶ୍ୱବିଦ୍ୟାଳୟରୁ ସମ୍ବନ୍ଧୀୟ କ୍ଷେତ୍ରରେ ଫାଷ୍ଟକ୍ଲାସ ପାସ୍‌ ସହିତ ପିଏଚଡି ଡିଗ୍ରୀ ଏବଂ କାର୍ଯ୍ୟ କରିବାର ଅନୁଭବ ହେବା ଜରୁରୀ ।

ଦରମା : ଇଚ୍ଛୁକ ପ୍ରାର୍ଥୀଙ୍କୁ ମାସିକ ଦରମା ୧,୦୧,୫୦୦ ଟଙ୍କାରୁ ଆରମ୍ଭ କରି ୧,୫୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ସାକ୍ଷାତକାର/ପ୍ରେଜେଣ୍ଟେସନ୍‌ ପାଇଁ ଡକାଯିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://recruitment.iisertirupati.ac.in/faculty/opportunities/notification/advertisement/3015752736/

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.