ଆଇପିଏଲ୍‌ : ଛୋଟ ସ୍କୋର ମ୍ୟାଚ୍‌ରେ କୋଲକାତାକୁ ହରାଇ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ

ଚେନ୍ନାଇ : ଆଜି ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଦେଇଛି । ଚଳିତ ଆଇପିଏଲ୍‌ରେ ଏହା ହେଉଛି ଚାମ୍ପିଅନ୍‌ ମୁମ୍ବାଇର ପ୍ରଥମ ବିଜୟ । ୧୫୩ ରନର ଛୋଟ ଟାର୍ଗେଟ ନେଇ ମଧ୍ୟ ହାରିଗଲା କୋଲକତା । ଆଜି ଆଇପିଏଲରେ ମୁମ୍ବାଇ ୧୦ ରନରେ ବିଜୟୀ ହୋଇଛି । କୋଲକାତା ପକ୍ଷରୁ ଓପନର ନୀତିଶ ରାଣା ୫୭, ଶୁଭମାନ ଗିଲ ୩୩ ରନ କରିଥିଲେ ଅନ୍ୟ ସବୁ ଫ୍ଲପ୍ ହୋଇଥିଲେ । ମୁମ୍ବାଇ ବୋଲର ରାହୁଲ ଚହର ୨୭ ରନରେ ୪ ଉଇକେଟ ନେଇ ଦଳକୁ ଜିତାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୫୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.