ଆଇପିଏଲ୍‌ : ରସେଲ ଝଡ଼ରେ ମୁମ୍ବାଇ ଧରାଶାୟୀ, କୋଲକାତା ଆଗରେ ରଖିଲା ଛୋଟ ଟାର୍ଗଟ୍‌

ଚେନ୍ନାଇ : ପ୍ରଥମ ମ୍ୟାଚ୍‌ ହାରିଥିବା ମୁମ୍ବାଇ ଇଣ୍ଡିଆନ୍‌ସ ଆଜି ଦ୍ୱିତୀୟ ମ୍ୟାଚ୍‌ରେ ବି ଖରାପ ବ୍ୟାଟିଂ କରିଛି । ଏକ ସମୟରେ ବଡ଼ ସ୍କୋର କରିବାର ସମ୍ଭାବନା ସୃଷ୍ଟି କରି ପରେ ଝୁଣ୍ଟିଲା । ଆଉ ୨୦ ଓଭର୍‌ରେ ଏହାର ସବୁ ଖେଳାଳି ମାତ୍ର ୧୫୨ ରନ୍‌ କରି ଆଉଟ୍‌ ହୋଇଗଲେ । ଏବେ ମ୍ୟାଚ୍‌ ଜିତିବାକୁ କୋଲକାତା ନାଇଟ୍‌ ରାଇଡର୍ସକୁ କରିବାକୁ ପଡ଼ିବ ୧୫୩ ରନ୍‌ ।
ମୁମ୍ବାଇ ବନାମ କୋଲକାତା ଲଢ଼େଇରେ ଆଜି ଟସ୍‌ ଜିତିଥିଲା କୋଲକାତା ନାଇଟ୍‌ ରାଇଡର୍ସ । ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା । ଆଉ ବ୍ୟାଟିଂ ଆରମ୍ଭ କରି ମୁମ୍ବାଇ ମାତ୍ର ୧୦ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଲା । ତେବେ ଚର୍ଚ୍ଚାରେ ଥିବା ସୂର୍ଯ୍ୟ କୁମାର ଯାଦବ ମାତ୍ର ୩୬ ବଲ୍‌ରୁ ୫୬ ରନ୍‌ (୭ ଚୌକା, ୨ ଛକା) କରି ଦଳକୁ ଭଲ ସ୍କୋର କରିବାର ରାସ୍ତାକୁ ନେଇ ଆସିଥିଲେ ।

ଏପଟେ ଅଧିନାୟକ ରୋହିତ ଶର୍ମା ଓପ୍ନର ଭାବେ ଆସିଥିଲେ ମଧ୍ୟ ଟିକେ ଅଧିକ ଧୈର୍ଯ୍ୟ ଦେଖାଇଥିଲେ । ଜଗି ରଖି ଖେଳିଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆସିବା ପରେ ପୁଣି ଜୋର୍‌ ଧରିଥିଲା ରନ୍‌ ସଂଗ୍ରହର ବେଗ । ତେବେ ଏତିକି ବେଳେ ରୋହିତ ୩୨ ବଲ୍‌ରେ ୪୩ ରନ୍‌ କରି ଆଉଟ୍‌ ହୋଇଥିଲେ । ସେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ହେଲେ ରୋହିତ ଆଉଟ୍‌ ହେବା ପରେ ଅଳ୍ପ ସମୟ ଭିତରେ ଆଉ ୩ଟି ଓ୍ଵିକେଟ୍‌ ପଡ଼ି ଯାଇଥିଲା । ଫଳରେ ମୁମ୍ବାଇ ବେଗରେ ବ୍ରେକ୍‌ ଲାଗିଗଲା ।

କୋଲକାତାର ଅନ୍ଦ୍ରେ ରସେଲ ମାତ୍ର ୨ ଓଭର୍‌ ବୋଲିଂ କରି ୧୫ ରନ୍‌ରେ ୫ ଓ୍ଵିକେଟ୍‌ ନେଇଗଲେ । ଏଥିରେ ପୂରା ଭୁଶୁଡ଼ି ପଡ଼ିଲା ମୁମ୍ବାଇ ବ୍ୟାଟିଂ ଦୁର୍ଗ ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.