ଛକା ମାରି କାରର କାଚ ଭାଙ୍ଗିଲେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର, ମିଳିବ ୫ ଲକ୍ଷର ଫାଇଦା

ନେହଲ ଓ୍ଵଧେରାଙ୍କ ଛକାରେ ଭାଙ୍ଗିଲା କାରର କାଚ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। । ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ନେହଲଙ୍କ ଛକାରେ ବାଉଣ୍ଡ୍ରୀ ବାହାରେ ଥିବା କାରର କାଚ ଭାଙ୍ଗିଲା । ହେଲେ ମିଳିବ ୫ ଲକ୍ଷର ଫାଇଦା ।

ଛକା ମାରି କାରର କାଚ ଭାଙ୍ଗିଲେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର । ଛକା ମାରିବା ପରେ କମ୍ପାନୀର କ୍ଷତି ହୋଇଥିବା ବେଳେ ଖେଳାଳିଙ୍କୁ ଫାଇଦା ମିଳିବ । ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫୪ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟରେ ହରାଇଛି । ଏହି ମ୍ୟାଚ ଜିତିବା ପରେ ମୁମ୍ବାଇ ୮ ନଂ ସ୍ଥାନରୁ ୩ ନଂ ସ୍ଥାନରେ ପହଞ୍ଚିଛି । ତେବେ ମୁମ୍ବାଇର ଏହି ବିଜୟ ପଛରେ ସୂର୍ଯ୍ୟକୁମାର ଯାଦବ ଏବଂ ନେହଲ ଓ୍ଵଧେରାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଦୁହେଁ ୬୪ ବଲରେ ୧୪୦ ରନର ଭାଗିଦାରିତା କରିଥିଲେ । ଏହି ମ୍ୟାଚରେ ନେହଲ ୩୪ ବଲରେ ଅପରାଜିତ ରହି ୫୨ ରନ କରିଥିଲେ ।

ଖବର ମୁତାବକ, ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫୪ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟରେ ହରାଇଛି । ଏହି ମ୍ୟାଚର ୧୧ ଓଭରରେ ହସରଙ୍ଗା ବୋଲିଂ କରୁଥିଲେ । ଏହି ନେହଲଙ୍କୁ ଷ୍ଟ୍ରାଇକ ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । ହସରଙ୍ଗାଙ୍କ ବଲରେ ମିଡଓ୍ଵିକେଟ ବାଉଣ୍ଡ୍ରି ତରଫରୁ ସ୍ୱିପ ସଟ୍‌ ଖେଳିଥିଲେ ନେହଲ । ଆଉ ବଲ୍‌ଟି ଯାଇ ସିଧାସଳଖ କାରର କାଚରେ ବାଜିଥିଲା ।

ନିୟମ ମୁତାବକ, ବଲ୍‌ ଯାଇ ସିଧାସଳଖ ଭାବେ କାରରେ ବାଜିଲେ, ୫ ଲକ୍ଷ ଟଙ୍କାର ଦାନ କରିବ କାର କମ୍ପାନୀ । ଯାହାର ଫାଇଦା କର୍ଣ୍ଣାଟକ କଫି ବଗିଚାରେ ଜୈବ ବିବିଧତା ବୃଦ୍ଧି କରିବା ପାଇଁ କରାଯିବ । ନେହଲ ଲଗାତାର ଦ୍ୱିତୀୟ ମ୍ୟାଚରେ ଅର୍ଦ୍ଧଶତକ କରିଛନ୍ତି । ପ୍ରଥମ ଚେନ୍ନାଇ ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ ।

ସୂଚନାଯୋଗ୍ୟ, ଚେନ୍ନାଇ ସୁପରକିଙ୍ଗସ ଏବଂ  ଲକ୍ଷ୍ନୌ ସୁପର ଜିଆଣ୍ଟସ  ମ୍ୟାଚରେ ଏଭଳି ଛକା ଦେଖିବାକୁ ମିଳିଥିଲା । ୫ମ ଓଭରରେ ଗାଏକଓ୍ଵାଡ ବୋଲର କୃଷ୍ଣପା ଗୌତମଙ୍କ ବଲରେ ଏକ ଦମଦାର ଛକା ମାରିଥିଲେ । ବଲ୍ ବାଉଣ୍ଡ୍ରି ବାହାରେ ରଖାଯାଇଥିବା ଟାଟା କାରରେ ମାଡ ହୋଇଥିଲା । ଏଥିରେ ଟାଟା ଟିୟାଗୋ ଇଭି ଗାଡିର ଡୋରର ଗୋଟିଏ ପାର୍ଶ୍ୱ ବଙ୍କା ହୋଇ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.