ମାଓ ଅପରେସନ ବେଳେ ଗୁରୁତର ସ୍ପେଶାଲ୍‌ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ କୃଷ୍ଣ ଦାସ, ଭୁବନେଶ୍ୱର ଏମ୍‌ସରେ ଭେଟିଲେ ପୋଲିସ ଡିଜି

କଳାହାଣ୍ଡି ଜିଲ୍ଲାରେ ମାଓ ଅପରେସନ ବେଳେ ଗୁରୁତର ସ୍ପେଶାଲ୍‌ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ କୃଷ୍ଣ ଦାସଙ୍କୁ ଭୁବନେଶ୍ୱର ଏମ୍‌ସରେ ଭେଟିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିଜିପି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): କଳାହାଣ୍ଡି ଜିଲ୍ଲାରେ ମାଓ ଅପରେସନ ବେଳେ ଗୁରୁତର ସ୍ପେଶାଲ୍‌ ଇଣ୍ଟେଲିଜେନ୍ସ ଓ୍ଵିଙ୍ଗ ଡିଏସପି ଅତୁଲ କୃଷ୍ଣ ଦାସଙ୍କୁ ଭୁବନେଶ୍ୱର ଏମ୍‌ସରେ ଭେଟିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିଜିପି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଏତିକିବେଳେ ତାଙ୍କ ସହ ଥିଲେ ଏଡିଜି ଅପରେସନ ଅମିତାଭ ଠାକୁର ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା । ଅତୁଲ କୃଷ୍ଣ ଦାସଙ୍କ ଡାହାଣ ଗୋଡ଼ରେ ଦୁଇଟି ଗୁଳି ବାଜିଥିଲା । ଗୋଟିଏ ଗୁଳି ଗୋଡ଼ ଭିତରେ ପଶି ବାହାରି ଯାଇଥିଲା ।

ଅନ୍ୟ ଗୁଳିକୁ ଅପରେସନ୍‌ କରି ଏମ୍‌ସରେ ବାହାର କରାଯାଇଛି । ଏବେ ବିପଦ ମୁକ୍ତ ଅଛନ୍ତି ଅତୁଲକୃଷ୍ଣ ଦାସ । ଗତକାଲି କଳାହାଣ୍ଡି ଜିଲ୍ଲା ଏମ. ରାମପୁର ତାପରଙ୍ଗ ଜଙ୍ଗଲରେ ପୋଲିସ ନକ୍ସଲ ଗୁଳି ବିନିମୟ ହୋଇଥିଲା । ଏବେବି ଅପରେସନ ଜାରି ରହିଛି । ସଠାରୁ ଗୋଟିଏ AK-47 ରାଇଫଲ୍‌, ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଥିଲା । ମାଓବାଦୀଙ୍କ ଗତିବିଧି ନେଇ ଛତିଶଗଡ଼ ପୋଲିସ ସହ ଆଲୋଚନା ହୋଇଥିବା ପୋଲିସ ଡିଜି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.