Below header

ଉତ୍ତରାଖଣ୍ଡରେ ଭାଲୁ ପୋଷାକରେ ବୁଲୁଛନ୍ତି ITBP ଯବାନ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ଡିଡିହାଟରେ ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ମାନଙ୍କ ଉପଦ୍ରବ ଯୋଗୁ ଏଠି ଲୋକଙ୍କ ଜୀବନଧାରଣ କଷ୍ଟକର ହୋଇପଡିଛି।

ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ଡିଡିହାଟରେ ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି। ମାଙ୍କଡ଼ମାନଙ୍କ ଉପଦ୍ରବ ଯୋଗୁ ଏଠି ଲୋକଙ୍କ ଜୀବନଧାରଣ କଷ୍ଟକର ହୋଇପଡିଛି। ମାଙ୍କଡମାନେ କେବଳ ଚାଷଜମିର କ୍ଷତି କରୁନାହାଁନ୍ତି, ବରଂ ମଣିଷକୁ ମଧ୍ୟ ଆକ୍ରମଣ କରୁଛନ୍ତି। ଏଭଳି ପରିସ୍ଥିତିରେ ମାଙ୍କଡ଼ମାନଙ୍କଠାରୁ ଛୁଟ୍‌କାରା ପାଇବା ପାଇଁ ଆଇଟିବିପି (ITBP) ଯବାନମାନେ ଏକ ନିଆରା ଉପାୟ ଆପଣାଇଛନ୍ତି।

ଯବାନମାନେ ଭାଲୁ ପୋଷାକ ପିନ୍ଧି ITBP କ୍ୟାମ୍ପସ ଆଖପାଖରେ ବୁଲୁଛନ୍ତି। ଏମିତିରେ ମାଙ୍କଡମାନେ ସେମାନଙ୍କୁ ଭାଲୁ ଭାବି ଜଙ୍ଗଲ ଆଡକୁ ପଳାଇ ଯାଉଛନ୍ତି।

ଡିଡିହାଟର ମିର୍ଥୀରେ ITBPର ସପ୍ତମ ବାହିନୀ ମୁତୟନ ଅଛନ୍ତି। ଏଠାରେ ମାଙ୍କଡମାନେ ଯବାନମାନଙ୍କୁ ନାନା ପ୍ରକାର ହଇରାଣ କରୁଛନ୍ତି। ମାଙ୍କଡ଼ମାନେ କେତେବେଳେ ଯବାନଙ୍କ ବାରାକ୍‌ରେ ପଶି ଯାଉଛନ୍ତି ତ ଆଉ କେତେବେଳେ ମେସ୍‌ରେ ପଶି ନାନା କ୍ଷୟକ୍ଷତି ଘଟାଉଛନ୍ତି।

ଅନେକ ଯବାନ ଦିନସାରା ମାଙ୍କଡ଼ ଘଉଡ଼ାଇବାରେ ବ୍ୟସ୍ତ ରହୁଛନ୍ତି। ମାଙ୍କଡମାନେ କିଛି ସମୟ ପାଇଁ ତ ଚାଲିଯାଉଛନ୍ତି, କିନ୍ତୁ ଅଳ୍ପ ସମୟ ମଧ୍ୟରେ ପୁଣି ଆସି ଉତ୍ପାତ କରୁଛନ୍ତି।

ଏବେ ITBPର ଯବାନମାନେ ମାଙ୍କଡମାନଙ୍କୁ ଦୂରେଇ ରଖିବା ପାଇଁ ଭାଲୁ ପରି ପୋଷାକ ପ୍ରସ୍ତୁତ କରିଛନ୍ତି। ଯେତେବେଳେ କଳା ପୋଷାକ ପିନ୍ଧି ଦୁଇରୁ ତିନି ଜଣ ଯବାନ ITBP ପରିସରରେ ବୁଲୁଛନ୍ତି, ସେତେବେଳେ ମାଙ୍କଡମାନେ ଭୟଭୀତ ହୋଇ ପଳାଇ ଯାଉଛନ୍ତି। ITBP ଯବାନଙ୍କର ଏହି ନିଆରା ଉପାୟରେ ଲୋକମାନେ ଟିକେ ଆଶ୍ୱସ୍ତି ଲାଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.