ଜାଣନ୍ତୁ ଟ୍ରେନରେ ମଦ ନେଇ ଯାତ୍ରା କରିପାରିବେ କି ନାହିଁ, କ’ଣ ରହିଛି ନିୟମ ଓ ଦଣ୍ଡବିଧାନ ?

ଯାତ୍ରା ସମୟରେ ଅନେକ ଲୋକ ସାଙ୍ଗରେ ବହୁତ ଗୁଡିଏ ଜିନିଷ ନେଇଥାନ୍ତି । ଅନେକ ସାଙ୍ଗରେ ମଦ ନେଇ ମଧ୍ୟ ଯାଇଥାନ୍ତି । କିଏ ଲୁଚାଇକି ନେଇଥାଏ ଏବଂ ଅନ୍ୟ କିଏ ମଦ ପିଇକି ଯାଇଥାଏ । ଲୋକଙ୍କ ମନରେ ପ୍ରଶ୍ନ ଥାଏ ଯେ ସେମାନେ ଟ୍ରେନରେ ମଦ ନେଇ ଯାଇପାରିବେ କି ନାହିଁ । ଆଉ ଯଦି ହଁ, ତାହେଲେ କେତେ ପରିମାଣର ମଦ ନେଇ ଯାତ୍ରା କରିହେବ ।

ପ୍ରତିଦିନ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି । ଯାତ୍ରା ସମୟରେ ଅନେକ ଲୋକ ସାଙ୍ଗରେ ବହୁତ ଗୁଡିଏ ଜିନିଷ ନେଇଥାନ୍ତି । ଅନେକ ସାଙ୍ଗରେ ମଦ ନେଇ ମଧ୍ୟ ଯାଇଥାନ୍ତି । କିଏ ଲୁଚାଇକି ନେଇଥାଏ ଏବଂ ଅନ୍ୟ କିଏ ମଦ ପିଇକି ଯାଇଥାଏ । ଲୋକଙ୍କ ମନରେ ପ୍ରଶ୍ନ ଥାଏ ଯେ ସେମାନେ ଟ୍ରେନରେ ମଦ ନେଇ ଯାଇପାରିବେ କି ନାହିଁ । ଆଉ ଯଦି ହଁ, ତାହେଲେ କେତେ ପରିମାଣର ମଦ ନେଇ ଯାତ୍ରା କରିହେବ ।

ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଆପଣ ଟ୍ରେନରେ ମଦ ନେଇ ଯାତ୍ରା କରିପାରିବେ କିନ୍ତୁ ସବୁ ସ୍ଥାନରେ ନୁହେଁ । କେଉଁ ରାଜ୍ୟକୁ ଯାଉଛନ୍ତି ତାହା ଉପରେ ଏହା ନିର୍ଭର କରେ । ସମ୍ବିଧାନ ରାଜ୍ୟମାନଙ୍କୁ ମଦ ସମ୍ବନ୍ଧୀୟ ନୀତି ପ୍ରସ୍ତୁତ କରିବାର ଅଧିକାର ଦେଇଛି। ତେଣୁ ଆପଣ ଟ୍ରେନରେ ମଦ ନେଇ ଯାତ୍ରା କରିପାରିବେ କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ନିର୍ଭର କରିବ ଆପଣ କେଉଁଠି ଓହ୍ଲାଇବେ ।

ଉଦାହରଣ ସ୍ୱରୂପ ଯଦି ଆପଣ ବିହାର ଯାଉଛନ୍ତି ତେବେ ସାଙ୍ଗରେ ମଦ ନେଇ ଯାଇ ପାରିବେ ନାହିଁ, କାରଣ ବିହାର ପ୍ରବେଶ କରିବା ପୂର୍ବରୁ ଏହାକୁ ଫିଙ୍ଗିବାକୁ ପଡିବ । ଯଦି ବିହାରର କୌଣସି ଷ୍ଟେସନରେ ଓହ୍ଲାନ୍ତି ଏବଂ ଯାଞ୍ଚ ସମୟରେ ମଦ ମିଳେ ତେବେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଗୁଜୁରାଟକୁ ଯାଉଥିଲେ ମଧ୍ୟ ସମାନ ନିୟମ ଲାଗୁ ହେବ ।

ଆହୁରି ଅନେକ ରାଜ୍ୟ ଅଛି ଯେଉଁଠାକୁ ମଦ ନେଇ ଯିବାରେ କୌଣସି ପ୍ରତିବନ୍ଧକ ନାହିଁ । ଆପଣ ଟ୍ରେନରେ ମଦ୍ୟପାନ କରିପାରିବେ ଏବଂ ସାଙ୍ଗରେ ମଦ ନେଇ ଯାଇପାରିବେ । କିନ୍ତୁ ମଦ ଖୋଲା ବୋତଲ ହୋଇଥିବା ଉଚିତ୍ ନୁହେଁ । ଏହାର ସିଲ୍ ବନ୍ଦ ହେବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.