ବ୍ରିଜ୍ ଟୁର୍ନାମେଣ୍ଟ: ୩୨ ଭାରତୀୟ ଖେଳାଳିଙ୍କୁ ତୁରନ୍ତ ପାକିସ୍ତାନ ଛାଡ଼ିବାକୁ ନିର୍ଦ୍ଦେଶ, ରାସ୍ତାରେ ବର୍ଷୁଛି ବୋମା!
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରଠାରୁ ସାରା ଦେଶରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ସବୁଠି ଅଶାନ୍ତିର ବାତାବରଣ। ଚାରିଆଡେ ବିରୋଧ ପ୍ରଦର୍ଶନ ହେବା ସହିତ ହିଂସା ମଧ୍ୟ ଘଟୁଛି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରଠାରୁ ସାରା ଦେଶରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ସବୁଠି ଅଶାନ୍ତିର ବାତାବରଣ। ଚାରିଆଡେ ବିରୋଧ ପ୍ରଦର୍ଶନ ହେବା ସହିତ ହିଂସା ମଧ୍ୟ ଘଟୁଛି। ଏହାରି ଭିତରେ ଲାହୋରରେ ବ୍ରିଜ ଟୁର୍ନାମେଣ୍ଟରେ ଭାଗ ନେବାକୁ ଯାଇଥିବା ଭାରତୀୟ ଖେଳାଳିଙ୍କୁ ତୁରନ୍ତ ପାକିସ୍ତାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତର ୩୨ ଖେଳାଳି ଲାହୋରରେ ଚାଲିଥିବା ଏସିଆନ୍ ଏବଂ ମିଡିଲ୍-ଇଷ୍ଟ୍ ବ୍ରିଜ୍ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଇଥିଲେ। ଏହି ଟୁର୍ନାମେଣ୍ଟ ପାକିସ୍ତାନରେ ମେ’ ୫ରୁ ଆରମ୍ଭ ହୋଇଥିଲା, ଯାହାକି ୧୩ ପର୍ଯ୍ୟନ୍ତ ଚାଲିଥାଆନ୍ତା।
ଭାରତୀୟ ଖେଳାଳିମାନେ ୱାଘା ସୀମାରୁ ପାକିସ୍ତାନରେ ପ୍ରବେଶ କରିଥିଲେ। କିନ୍ତୁ ଏବେ ଭାରତୀୟ ଉଚ୍ଚ ଆୟୋଗ ସେମାନଙ୍କୁ ତୁରନ୍ତ ଭାରତ ଫେରିଆସିବାକୁ କହିଛନ୍ତି।
କହି ରଖୁଛୁ ଯେ ବର୍ତ୍ତମାନ ପାକିସ୍ତାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। ପିଟିଆଇର କାର୍ଯ୍ୟକର୍ତ୍ତାମାନେ ଇମ୍ରାନ ଖାନଙ୍କ ଗିରଫଦାରୀ ପରଠାରୁ ହିଂସାକାଣ୍ଡ ଘଟାଉଛନ୍ତି। ଆଉ ଏହାର ଜବାବରେ ପୋଲିସ ବି ଅନେକ ସ୍ଥାନରେ ଗୁଳି ଚଳାଇଛି।
ବିକ୍ଷୋଭକାରୀମାନେ ପୋଲିସକୁ ବୋମାରେ ଆକ୍ରମଣ କରୁଛନ୍ତି। ଏହି କାରଣରୁ ଭାରତୀୟ ଖେଳାଳିଙ୍କୁ ତୁରନ୍ତ ଭାରତ ଫେରିବାକୁ କୁହାଯାଇଛି।
Unrest over Imran Khan’s arrest has gone GLOBAL. Take a look at the scene in London, where hundreds gathered to show their support for Khan & protested in front of former Pakistan PM Nawaz Sharif’s house:pic.twitter.com/1OEMGCIHYw
— Steve Hanke (@steve_hanke) May 10, 2023
Faizabad right now with @QasimKhanSuri , @AliAwanPTI , @ShehryarAfridi1 #ReleaseImranKhan pic.twitter.com/OqFoU2rtBr
— PTI (@PTIofficial) May 10, 2023