ଭାରତରେ ପ୍ରଥମ ଥର: ଡ୍ରୋନ ସହୟତାରେ ରକ୍ତ ପ୍ୟାକେଟକୁ ଡେଲିଭରି
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୋଭିଡ ସମୟରେ ଭାରତର ଉତ୍ତର ପୂର୍ବ ରାଜ୍ୟରେ ଡ୍ରୋନର ବ୍ୟବହାର ପ୍ରଥମ ଥର କରିଥିଲା ଆଇସିଏମଆର। ଅପହଞ୍ଚ ସ୍ଥାନକୁ ଡ୍ରୋନ ସହାୟତାରେ କୋଭିଡ ଟିକା, ଔଷଧ ଆଦି ପହଞ୍ଚାଯାଇଥିଲା। ବର୍ତ୍ତମାନ ଏହାକୁ ବ୍ଲଡ ପ୍ୟାକେଟ ଓ ଏହା ସମ୍ବନ୍ଧୀୟ ଆନୁସଙ୍ଗିକ ଉପକରଣକୁ ପଠାଯାଇଛି।
କେନ୍ୟୁଜ୍(ବ୍ୟୁରୋ): ଡ୍ରୋନରେ ବ୍ଲଡ ପ୍ୟାକେଟ ଡେଲିଭରି। ଭାରତରେ ପ୍ରଥମ ଥର ପାଇଁ ଡ୍ରୋନ ସହାୟତାରେ ରକ୍ତ ପ୍ୟାକେଟକୁ ଡେଲିଭରି କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୋଭିଡ ସମୟରେ ଭାରତର ଉତ୍ତର ପୂର୍ବ ରାଜ୍ୟରେ ଡ୍ରୋନର ବ୍ୟବହାର ପ୍ରଥମ ଥର କରିଥିଲା ଆଇସିଏମଆର। ଅପହଞ୍ଚ ସ୍ଥାନକୁ ଡ୍ରୋନ ସହାୟତାରେ କୋଭିଡ ଟିକା, ଔଷଧ ଆଦି ପହଞ୍ଚାଯାଇଥିଲା। ବର୍ତ୍ତମାନ ଏହାକୁ ବ୍ଲଡ ପ୍ୟାକେଟ ଓ ଏହା ସମ୍ବନ୍ଧୀୟ ଆନୁସଙ୍ଗିକ ଉପକରଣକୁ ପଠାଯାଇଛି।
ଏପରିକି ଫ୍ରିଜ୍ରେ କିମ୍ବା ଫ୍ରିଜରରେ ରଖାଯାଉଥିବା ଉପକରଣକୁ ଏଥିରେ ପଠାଯାଇଛି। ଅନ୍ୟ ଏକ ବ୍ଲଡ ପ୍ୟାକେଟକୁ ଆମ୍ବୁଲାନ୍ସରେ ପଠାଯାଇଛି। ପରେ ଉଭୟ ବ୍ଲଡ ପ୍ୟାକେଟର ମାନ ପରୀକ୍ଷା କରାଯିବ। ଆଗକୁ ଦେଶର ବିଭିନ୍ନ ସ୍ଥାନରେ ଡ୍ରୋନ ସହାୟତାରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଆଇସିଏମଆର ଡିଜି ଡାକ୍ତର ରାଜୀବ ବାହଲ କହିଛନ୍ତି।