ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ, ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର
ବାହାରକୁ ବାହାରିଲେ ତାତି ଯାଉଛି ମୁହଁ ହାତ। ଭୁବନେଶ୍ୱରରେ ୭୯% ଆର୍ଦ୍ରତା ଯୋଗୁ ଅସହ୍ୟ ହେଉଛି ଗୁଳୁଗୁଳି । ପଶ୍ଚିମ ଓଡ଼ିଶାରେ ତାତି ଅଧିକ ରହୁଥିବା ବେଳେ ଉପକୂଳରେ ଅଧିକ ହେଉଛି ଗୁଳୁଗୁଳି । କାଳବୈଶାଖୀର ପ୍ରଭାବ କମିଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି।
ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟବ୍ୟାପୀ ଅସହ୍ୟ ଖରାର ପ୍ରକୋପ ଜାରି। ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ତାପମାତ୍ରା ରେକର୍ଡ ହୋଇଛି ୪୨.୪ ଡିଗ୍ରୀ ସେଲସିୟସ। ଝାରସୁଗୁଡ଼ାରେ ପାରଦ ୪୧.୮ ଛୁଇଁଥିବା ବେଳେ ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୩୮.୨, ଭୁବନେଶ୍ୱରେ ୩୭.୬ ଡିଗ୍ରୀ ସେଲସିୟସ ରହିଛି। ଟାଣ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ସକାଳ ୧୦ଟା ପରଠାରୁ ପ୍ରଖର ହେଉଛି ଖରାର ତେଜ। ରାସ୍ତାଘାଟ ଶୁନଶାନ ହେବା ସହ ଲୋକଙ୍କ ଚଳପ୍ରଚଳ କମ୍ ଥିବା ଦେଖାଯାଉଛି।
ବାହାରକୁ ବାହାରିଲେ ତାତି ଯାଉଛି ମୁହଁ ହାତ। ଭୁବନେଶ୍ୱରରେ ୭୯% ଆର୍ଦ୍ରତା ଯୋଗୁ ଅସହ୍ୟ ହେଉଛି ଗୁଳୁଗୁଳି । ପଶ୍ଚିମ ଓଡ଼ିଶାରେ ତାତି ଅଧିକ ରହୁଥିବା ବେଳେ ଉପକୂଳରେ ଅଧିକ ହେଉଛି ଗୁଳୁଗୁଳି । କାଳବୈଶାଖୀର ପ୍ରଭାବ କମିଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ଗତକାଲି ୪୦ ଡିଗ୍ରୀ ଉପରେ ରହିଥିଲା ୧୮ ସହରର ତାପମାତ୍ରା।