Below header

ଓଡ଼ିଶାର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତ ପାଇବେ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାର ପାରା ଅଲିମ୍ପିିକ୍‌ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତ ପାଇବେ ଅର୍ଜନ ପୁରସ୍କାର। ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ପ୍ରମୋଦଙ୍କୁ ମନୋନୀତ କରାଯାଇଛି । ଓଡ଼ିଶାର ପ୍ରମୋଦ ବର୍ତ୍ତମାନ ତାଙ୍କ ବର୍ଗରେ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଅଛନ୍ତି ।

କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମୋଦଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଚଳିତ ବର୍ଷ ମାର୍ଚ୍ଚରେ ତୁର୍କୀରେ ଅନୁଷ୍ଠିତ ପଞ୍ଚମ ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଏନେସ୍‌କପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ । ତା ପୂର୍ବରୁ ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ବି ଦୁଇଟି ବ୍ରୋଞ୍ଜ ପଦକର ଅଧିକାରୀ ହୋଇଥିଲେ । ସେହିପରି ଗତ ଫେବ୍ରୁଆରୀରେ ଶାରଜାରେ ଅନୁଷ୍ଠିତ IWAS ଓ୍ଵାର୍ଲଡ ଗେମ୍ସ ବ୍ୟାଡମିଣ୍ଟନରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ ପ୍ରମୋଦ ।
ବରଗଡ଼ ଜିଲ୍ଲାର ମୂଳ ବାସିନ୍ଦା ପ୍ରମୋଦ, ବ୍ୟାଡମିଣ୍ଟନରେ ରାଜ୍ୟ ଓ ଦେଶ ପାଇଁ ଅନେକ ପଦକ ଜିତିଛନ୍ତି । ବର୍ତ୍ତମାନ ପ୍ରମୋଦଙ୍କ ଟାର୍ଗେଟ ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.