ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରୁଛନ୍ତି ୩୪ଟି ଦମକଳ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏମ୍ସ ମେଡିକାଲରେ ଆଜି ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ମେଡିକାଲ ପରିସରରେ ହୋହାଲ୍ଲା ପରିସ୍ଥିତି ସ୍ରୁଷ୍ଟି ହୋଇଥିଲା। ନିଆଁ ପ୍ରାୟତଃ ସଂଧ୍ୟା ୫ଟା ବେଳେ ଲାଗିଛି। ଏହ ନିଆଁ ସର୍ଟ ସର୍କ୍ରିଟ କାରଣରୁ ଘଟିଛି ବୋଲି କୁହାଯାଉଛି।

ନିଆଁ ହସପିଟାଲର ଏମରଜେନ୍ସୀ ଓ୍ଵାର୍ଡ ପାଖରେ ଥିବା ଏମ୍ସର ଟିଚିଂ ବ୍ଲକର ପ୍ରଥମ ଏବ ଦ୍ୱିତୀୟ ମହଲାରେ ଲାଗିଛି। ଏହି ଘଟଣା ପରେ ଅପରେସନ ଥିଏଟର ଏବଂ ଅନେକ ଓ୍ଵାର୍ଡକୁ ବନ୍ଦ କରିଦିଆଯାଇଛି। ଭୀଷଣ ଧୂଆଁରେ ମେଡିକାଲ ପରିସରରେ ଥିବା ଲୋକମାନେ ବହୁତ ସମସ୍ୟାରେ ପଡିଥିଲେ।

fireପ୍ରାୟ ଦେଢ଼ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରିଲା ନାହିଁ। ଦମକଳ ବା ଅଗ୍ନିଶମ ବିଭାଗର ୩୪ଟି ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। କୁହାଯାଉଛି ନିଆଁ ବହୁତ ଗମ୍ଭୀର ରୂପ ଧାରଣ କରିସାରିଲାଣି। ବର୍ତ୍ତମାନ ପଯ୍ୟର୍ନ୍ତ କାହାର କ୍ଷତି ହୋଇଥିବା ସୂଚନା ଜଣାପଡିନାହିଁ।