ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଛି ଭଞ୍ଜନଗର ବେଲେଶ୍ୱର ପୀଠ

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଛି ଭଞ୍ଜନଗର ସ୍ଥିତ ବେଲେଶ୍ୱର ପୀଠ । ଓଡିଶାର ଦୀର୍ଘତମ ଶୈବ ମୂର୍ତ୍ତି ପାଇଁ ଏହା ବେଶ୍‌ ପରିଚିତ । ଦିନର ଆଲୋକ ଅପେକ୍ଷା ରାତିର ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ଶୈବ ମୂର୍ତ୍ତି । ଏହାକୁ ଦେଖିବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ଜମୁଛି ।

ସଂଜ ନଇଁଲେ ଚଳଚଞ୍ଚଳ ହୋଇ ଉଠୁଛି ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବଙ୍କ ପୀଠ । ଦିନର ଆଲୋକ ଅପେକ୍ଷା ରାତିର ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ଶୈବ ମୂର୍ତ୍ତି। ଓଁକାର ଧ୍ୱନିରେ କମ୍ପି ଉଠୁଛି ପରିବେଶ। ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ୬୧ ଫୁଟର ମହାଦେବଙ୍କ ମୂର୍ତ୍ତି ଉପରେ ଲେଜର ଲାଇଟ୍‌ ସୋ ମଧ୍ୟ ଆରମ୍ଭ ହୋଇଛି। ଭକ୍ତି ଓ ମନୋରଞ୍ଜନର ମାଧ୍ୟମ ପାଲଟିଛି ବେଲେଶ୍ୱର ପୀଠ।

ଭଞ୍ଜନଗର ଜଳସଂପଦ ବିଭାଗ ପକ୍ଷରୁ ୨୦୧୩ରେ ବେଲେଶ୍ୱର ପୀଠ ପ୍ରତିଷ୍ଠା ହୋଇଥିଲା। ତା ସହ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ,ବିଜୁ ମୀନାର ୱାଚ୍‌ ଟାୱାର ନିର୍ମାଣ ହୋଇଛି। ବେଲେଶ୍ୱର ପୀଠ ପାଖରେ ରହିଛି ଜଳଭଣ୍ଡାର ଓ ପାହାଡ। ଏହି ପୀଠର ବିକାଶ ପାଇଁ ସବୁ ସ୍ତରରେ ଉଦ୍ୟମ ହୋଇପାରିଲେ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମିବ। ତା ସହ ରାଜ୍ୟର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଭାବେ ଏହି ବେଲେଶ୍ୱର ପୀଠ ପରିଚିତ ହୋଇପାରନ୍ତା ।