୧୯୧୫ରେ ନିର୍ମିତ ଭଦ୍ରକ ଉପକାରାଗାରରେ ବୃଦ୍ଧି ପାଉଛି କଏଦୀଙ୍କ ସଂଖ୍ୟା କିନ୍ତୁ ନାହିଁ ପର୍ଯ୍ୟାପ୍ତ ସ୍ଥାନ

୧୯୧୫ରେ ନିର୍ମାଣ ହୋଇଥିଲା ଭଦ୍ରକ ସ୍ଥିତ ସ୍ୱତନ୍ତ୍ର ଉପ କାରାଗାର । ୧୬୬ଜଣ କଏଦୀଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଥିଲା । ଏବେ କଏଦୀଙ୍କ ସଂଖ୍ୟା ୩୫୦ରୁ ଅଧିକ ହେଲାଣି । କିନ୍ତୁ ସେମାନଙ୍କ ପାଇଁ ଆବଶ୍ୟକୀୟ ସଂଖ୍ୟାରେ ଶୌଚାଳୟ କି, ଶୋଇବା ପାଇଁ ଉପଯୁକ୍ତ ସ୍ଥାନ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ନୂତନ ଜେଲ୍‌ ନିର୍ମାଣ ପାଇଁ ଦାବି ହୋଇଛି ।

୧୯୧୫ରେ ନିର୍ମିତ ହୋଇଥିବା ଉପକାରାଗାରରେ ୧୬୬ ଜଣ କଏଦୀ ରହିବାର ବ୍ୟବସ୍ଥା ରହିଥିଲା। ବର୍ତ୍ତମାନ ୩୫୦ରୁ ଅଧିକ ବିଚାରଧୀନ କଏଦୀ ସହ ଦଣ୍ଡାଦେଶ ପାଇଥିବା କଏଦୀ ରହୁଛନ୍ତି । ତାସହ ରହୁଛନ୍ତି ୬ଜଣ ମହିଳା କଏଦୀ। ବୃଦ୍ଧି ପାଉଛି କଏଦୀଙ୍କ ସଂଖ୍ୟା। ଜେଲର ନୂଆ ଗୃହ କିମ୍ବା ଜେଲର ପୁନରୁଦ୍ଧାର ହେବା ନେଇ ରହିଛି ଆଶା । ତା ସହ ଉପକାରାଗାରଟି ଜିଲ୍ଲା ଜେଲ୍‌ରେ ପରିଣତ ହେବା ଆଶା ରହିଛି। ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି ପରିବର୍ତ୍ତନ ହୋଇପାରିନାହିଁ। ଏତେ ସଂଖ୍ୟକ କଏଦୀଙ୍କ ପାଇଁ ଆବଶ୍ୟକୀୟ ସଂଖ୍ୟାରେ ଶୌଚାଳୟ କି ଶୋଇବା ପାଇଁ ଉପଯୁକ୍ତ ସ୍ଥାନ ନଥିବା ଅଭିଯୋଗ ହୋଇଛି।

ନୂଆ ଜେଲ ନିର୍ମାଣ ପାଇଁ ବହୁଦରଡ଼ାଠାରେ ସ୍ଥାନ ପ୍ରସ୍ତାବିତ ହେବା ପରେ ଆବଶ୍ୟକୀୟ ଅନୁଦାନ ମଧ୍ୟ ଆସିଛି। ଏଥିପାଇଁ ୨୦ଏକରରୁ ଅଧିକ ଜାଗା ଚିହ୍ନଟ ହୋଇଛି। ଜେଲ୍‌ ନିର୍ମାଣ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ଚାଲିଛି। ପୋଜିସନ୍‌ ପାଇଁ ଆବେଦନ କରି କାର୍ଯ୍ୟ ଆରମ୍ଭ କରିହେବ ବୋଲି ତହସିଲଦାର କହିଛନ୍ତି।

ତୁରନ୍ତ ନୂଆ ଜେଲ୍‌ ନିର୍ମାଣ ପାଇଁ ଦାବି ହୋଇଛି। ଜେଲ୍‌ ନିର୍ମାଣ ହେଲେ କଏଦୀଙ୍କ ଅବସ୍ଥାରେ ଉନ୍ନତି ଆସିବ। ଏହା କେବେ ନିର୍ମାଣ ହେବ ତାକୁ ଏବେ ସମସ୍ତଙ୍କ ଅପେକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.