Below header

ଆମ ଦେଶରେ ରହିଛି ‘ମାଧୁରୀ ଦୀକ୍ଷିତ ହ୍ରଦ’, ଯେଉଁଠିକୁ କେବଳ ଭାରତୀୟଙ୍କୁ ଯିବା ପାଇଁ ଅଛି ଅନୁମତି

ଭାରତରେ ସୌନ୍ଦର୍ଯ୍ୟର ଅଭାବ ନାହିଁ। ଯେଉଁ ଆଡେ ନଜର ପକାଇବେ ସେଇଠି କଳା ଏବଂ ପ୍ରକୃତିର ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳିବ। ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ ଜଣାଇବାକୁ ଯାଉଛି ଯାହାକୁ ଦେଖିବା ପରେ ଧରିତ୍ରୀରେ ସ୍ୱର୍ଗର ଦର୍ଶନ କଲାଭଳି ଲାଗିବ। ସବୁଠାରୁ ଖାସ୍‌ କଥା ଏହା ଯେ ଏଠାରେ ସ୍ଥିତ ହ୍ରଦକୁ ମାଧୁରୀ ଦୀକ୍ଷିତ ହ୍ରଦ ନାମରେ ଜଣାଯାଇଥାଏ।

ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଏହି ହ୍ରଦର ନାମ ଏପରି କାହିଁକି ରଖାଯାଇଛି। କାରଣ ଏହି ହ୍ରଦ ପାଖରେ ମାଧୁରୀ ଦୀକ୍ଷିତଙ୍କ ଏକ ଗୀତର ସୁଟିଂ ହୋଇଥିଲା। ଏହାପରଠାରୁ ଲୋକମାନେ ସାଙ୍ଗେଷ୍ଟର ହ୍ରଦକୁ ମାଧୁରୀ ଦୀକ୍ଷିତ ହ୍ରଦ ନାମରେ ସମ୍ବୋଧନ କରିବାକୁ ଲାଗିଲେ। ସମୁଦ୍ର ତଳରୁ ୧୫,୨୦୦ ଫୁଟ ଉଚ୍ଚତାରେ ଥିବା ସାଙ୍ଗେସର ହ୍ରଦକୁ ଭୂକମ୍ପ କାରଣରୁ ତିଆରି କରାଯାଇଥିଲା।

lakeସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ହ୍ରଦ ନିଜର ବର୍ତ୍ତମାନ ସ୍ଥାନ ଠାରୁ କିଛି ଦୂରତାରେ ରହିଛି। ଏହା ନିଜ ସ୍ଥାନଠାରୁ କୌଣସି କାରଣରୁ ଘୁଞ୍ଚି ଯାଇଛି। ଏହି କାରଣରୁ ଦେବଦାର ଜଙ୍ଗଲର ଏକ ବଡ ଅଂଶ ପାଣିରେ ମିଶିଯାଇଛି।

ଆଜି ମଧ୍ୟ ଗଛର ଉପରି ଭାଗ ବଡ ଅଜବ ଢ଼ଙ୍ଗରେ ପାଣିର ସ୍ରୋତ ଉପରେ ବାହାରିଥିବାର ଦେଖାଯାଉଛି। ହ୍ରଦ ଭାରତ-ଚୀନ ସୀମାର ନିକଟବର୍ତ୍ତୀରେ ରହିଛି। ଏହି ହ୍ରଦକୁ ଦେଖିବା ପାଇଁ ଆପଣଙ୍କୁ ଜିଲ୍ଲା ଆୟୁକ୍ତଙ୍କ ପାଖରୁ ଅନୁମତି ନେବାକୁ ହେବ। ଖାସ୍‌ କଥା ହେଉଛି ଏହି ହ୍ରଦକୁ ଯିବା ପାଇଁ କେବଳ ଭାରତୀୟ ମାନଙ୍କୁ ଅନୁମତି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.