ରାଜ୍ୟ କାର୍ଯ୍ୟାଳୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର କାଯ୍ୟର୍କ୍ରମ ଘୋଷଣା ପରେ ରାଜ୍ୟ ବିଜେପି ତତ୍ପର । ରାଜ୍ୟ କାଯ୍ୟାର୍ଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆରମ୍ଭ କରିଛନ୍ତି ଅଭିଯୋଗ ଶୁଣାଣି । ପ୍ରଥମ ଥର ପାଇଁ ରାଜ୍ୟ ବିଜେପି କାଯ୍ୟାର୍ଳୟରେ ଅଭିଯୋଗ ଶୁଣାଣି କରି ଅପରାଜିତା ନୂଆ ପରମ୍ପରା ସୃଷ୍ଟି କରିଛନ୍ତି।
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ। ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଶତାଧିକ ଲୋକ। କାହାର କଣ ଅସୁବିଧା ଓ କି ସୁବିଧା ପାଉଛନ୍ତି, ଜଣ ଜଣ କରି ସମସ୍ତଙ୍କୁ ପଚାରି ବୁଝିଥିଲେ ମ୍ୟାଡାମ୍‌ ଅପରାଜିତା। ସମାଧାନ ବି କରିବାକୁ ପ୍ରତିଶ୍ରୁତି ଦେଉଥିଲେ। ପୂର୍ବରୁ ଅପରାଜିତା ନିଜ ବାସଭବନ ଓ କାଯ୍ୟାର୍ଳୟରେ ଅଭିଯୋଗ ଶୁଣାଣି କରୁଥିଲେ।

ଏହା ପୂର୍ବରୁ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ। ସାଧାରଣ ଲୋକ ଥାନା ଓ ହସ୍ପିଟାଲରେ କିଭଳି ସୁବିଧା ପାଉଛନ୍ତି, ସେକଥା ନିଜେ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀମାନେ ମଧ୍ୟ ଲୋକଙ୍କୁ ଫୋନ୍‌ କରିବେ। ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମଧ୍ୟ ସରକରୀ ଅଫିସରେ ମିଳୁଥିବା ସେବା ବିଷୟରେ ପଚାରି ବୁଝିବେ।

ଲୋକଙ୍କ ସମସ୍ୟାକୁ ଫୋକସ କରୁଛନ୍ତି ସବୁ ରାଜନୈତିକ ଦଳ। ଲୋକଙ୍କ ସହ ଯୋଡ଼ି ହୋଇ ରହିବାକୁ ସମସ୍ତେ ଉଦ୍ୟମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.