ଭଗବାନ ରାମଙ୍କ ଡୋରି ଲାଗିଲେ ନିଶ୍ଚିତ ଅଯୋଧ୍ୟା ଯିବି : ପାକିସ୍ତାନ କ୍ରିକେଟର ଦାନିଶ କନେରିୟା

ଭାରତରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ସମସ୍ତେ ଖୁସି ରହିଛନ୍ତି। ଗତ ୫ ତାରିଖରେ ମୋଦି ରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମ କରିଛନ୍ତି। ରାମମନ୍ଦିରକୁ ନେଇ କେବଳ ଭାରତୀୟ ନୁହନ୍ତି ପାକିସ୍ତାନ କ୍ରିକେଟର ଲେଗ ସ୍ପିନର ଦାନିଶ କନେରିୟା ମଧ୍ୟ ବହୁତ ଖୁସି ଅଛନ୍ତି। ଦାନିଶ କହିଛନ୍ତି, ଯଦି ଭଗବାନ ରାମଙ୍କ ଡୋରି ଲାଗିବ ତେବେ ନିଶ୍ଚିତ ସେ ଅଯୋଧ୍ୟାକୁ ଆସିବେ। ଏହାକୁ ନେଇ ଦାନିଶ ଟ୍ଵିଟ୍‌ ମଧ୍ୟ କରିଛନ୍ତି।


ସେ କହିଛନ୍ତି, ଅଯୋଧ୍ୟା ଆମ ପାଇଁ ଏକ ଧାର୍ମିକ ସ୍ଥଳ। ଯଦି ମୋତେ ସୁଯୋଗ ମିଳିବ ତେବେ ମୁଁ ନିଶ୍ଚୟ ଭାବେ ଯିବି। ମୁଁ ଏକ ସମର୍ପିତ ହିନ୍ଦୁ ଏବଂ ସବୁବେଳେ ଭଗବାନ ରାମଙ୍କ ପ୍ରଦର୍ଶିତ ମାର୍ଗରେ ଯିବାକୁ ଚେଷ୍ଟା କରିଥାଏ। ଯଦି ଭଗବାନ ରାମଙ୍କ ଡୋରି ଲାଗିବ ତେବେ ନିଶ୍ଚିତ ଭାବେ ଲାଲାଙ୍କ ଦର୍ଶନ କରିବେ। ଛୋଟ ବେଳରୁ ରାମାୟଣ ଦେଖିଛି ଏବଂ ଭଗବାନ ରାମ ଏବଂ ତାଙ୍କ ଜୀବନକୁ ଆଦର୍ଶ ମାନିଛି। ଦାନିଶଙ୍କ ଏପରି ଟ୍ଵିଟରେ ଅନେକ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.