ସୁଶାନ୍ତଙ୍କ ମୃତ୍ୟୁର ବଡ଼ ଖୁଲାସା, ଆମ୍ବୁଲାନ୍ସରେ ସୁଶାନ୍ତଙ୍କ ପାଦ ମୋଡ଼ିହୋଇଥିବା ନେଇ ଦାବି କଲେ ସୁବ୍ରମଣ୍ୟମ୍‌ ସ୍ୱାମୀ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଲଗାତାର ସ୍ୱର ଉତ୍ତୋଳନ କରୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ ପୁଣିଥରେ ଏହି ମାମଲାରେ ବୟାନ ଦେଇଛନ୍ତି। ସେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସ୍ୱାମୀ କହିଛନ୍ତି ସିବିଆଇ କୁପର ହସ୍ପିଟାଲର ଉକ୍ତ ୫ ଜଣ ଡାକ୍ତରଙ୍କୁ ବି ପଚରାଉଚରା କରିବା ଉଚିତ ଯେଉଁମାନେ ସୁଶାନ୍ତଙ୍କ ପୋଷ୍ଟମର୍ଟମ୍‌ କରିଥିଲେ। ସେଠାରୁ କିଛି ସୂଚନା ନିଶ୍ଚୟ ମିଳିବ।

Sushant's feet twisted below ankle as if broken: Subramanian Swamy ...

ସ୍ୱାମୀ ଟ୍ଵିଟ୍‌ କରି କହିଛନ୍ତି ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା କୁପର ହସ୍ପିଟାଲର ୫ ଜଣ ଡାକ୍ତରଙ୍କୁ ବି ସିବିଆଇ ଜେରା କରିବା ଆବଶ୍ୟକ। ସୁଶାନ୍ତଙ୍କ ଶବକୁ ମେଡିକାଲ ନେଇଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କ କହିବାନୁସାରେ ସୁଶାନ୍ତଙ୍କ ପାଦ ତଳ ଆଡ଼କୁ ମୋଡ଼ି ହୋଇଥିଲା ଯେମିତି କି ଭାଙ୍ଗିଯାଇଛି। ମାମଲା ଏତେ ଶୀଘ୍ର ସମାଧାନ ହୋଇପାରିବ ନାହିଁ।

ଏହା ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ସୋମବାର ରିୟା ଚକ୍ରବର୍ତ୍ତୀ ନିଜ ବାପା ଓ ଭାଇଙ୍କ ସହ ମୁମ୍ବାଇ ଇଡି ଅଫିସରେ ପହଞ୍ଚିଥିଲେ। ସୁଶାନ୍ତଙ୍କ ବାପା ରିୟାଙ୍କ ଉପରେ ୧୫ କୋଟି ହଡ଼ପ କରିଥିବା ନେଇ ଅଭିଯୋଗ କରିଥିଲେ। ଏହି ମାମଲାରେ ଇଡି ତରଫରୁ ରିୟା ଓ ତାଙ୍କ ପରିବାରକୁ ପଚରାଉଚରା କରାଯାଉଛି। ମାତ୍ର ବର୍ତ୍ତମାନ ଯାଏଁ ରିୟା ସମସ୍ତ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇପାରିନଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.